Thu. Jan 23rd, 2025

ଓଡ଼ିଶା, ବିହାର ସମେତ ୫ଟି ରାଜ୍ୟରେ ବଢୁଛି କରୋନା ଭାଇରସ ସଂକ୍ରମଣ

By amfnews Aug 1, 2020 #Featured
150 Views

ନୂଆଦିଲ୍ଲୀ, ଅଗଷ୍ଟ ୦୧ : ଓଡ଼ିଶା ଓ ବିହାର ସମେତ ଦେଶର ୫ଟି ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଛି । ଆନ୍ଧ୍ରପ୍ରଦେଶ, କେରଳ ଓ କର୍ଣ୍ଣାଟକରେ ମଧ୍ୟ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ଏହି ସବୁ ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସେତେ ମଜବୁତ ନୁହେଁ କହିଲେ ଚଳିବ । ଆନ୍ଧ୍ର ପ୍ରଦେଶରେ ଦୈନିକ ଅଭିବୃଦ୍ଧି ୯.୩ ପ୍ରତିଶତ । ବିହାରରେ ୬.୧ ପ୍ରତିଶତ । ଏହା ବ୍ୟତୀତ କର୍ଣ୍ଣାଟକ, ଓଡ଼ିଶା ଓ କେରଳରେ ନୂଆ ମାମଲା ୫ ପ୍ରତିଶତରୁ ଅଧିକ ।

ଆନ୍ଧ୍ର ପ୍ରଦେଶରେ ପ୍ରତି ୧ ଲକ୍ଷ ଲୋକରେ ୧୪୫ ଶଯ୍ୟା ଉପଲବ୍ଧ ଥିବା ବେଳେ କେରଳରେ ପାଖାପାଖି ୨୪୫ । କର୍ଣ୍ଣାଟକରେ ଏହା ୩୯୨, ବିହାରରେ ୨୬ ଓ ଓଡ଼ିଶାରେ ୫୬ ଶଯ୍ୟା ବ୍ୟବସ୍ଥା କରାଯାଇଛି । କିନ୍ତୁ ଦେଶବ୍ୟାପି ପ୍ରତି ଏକ ଲକ୍ଷ ଲୋକରେ ଶଯ୍ୟା ସଂଖ୍ୟା ହାରାହାରି ୧୩୭.୬ ।

ଓଡ଼ିଶା ଓ ବିହାରରେ ସ୍ଥିତି ଉଦବେଗଜନକ । କାରଣ ଏଠାରେ କମ ଟେଷ୍ଟିଂ ବଢ଼ାଇ ଦିଆଯାଇଥିବା ବେଳେ ପଜିଟିଭ ସଂଖ୍ୟା ବଢ଼ିଛି । ବିହାରରେ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରେ ୪ ଜଣଙ୍କର ଟେଷ୍ଟ ହେଉଛି । ଓଡ଼ିଶାରେ ପ୍ରତି ୧୦୦୦ ଲୋକରେ ୧୧ ଜଣଙ୍କର ନମୁନା ପରୀକ୍ଷା ହେଉଛି ।

By amfnews

Related Post