Sat. Mar 7th, 2026

ଓଡ଼ିଶାର ବିଭିନ୍ନ ବୁଥରେ ହେଭିୱେଟ୍ ନେତାଙ୍କ ମତଦାନ

197 Views

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିେଓ୍ଵଟ୍‌ ନେତା ବିଭିନ୍ନ ନିର୍ବାଚନ ମଣ୍ଡଳୀର ଭିନ୍ନ ଭିନ୍ନ ବୁଥ୍‌ରେ ମତଦାନ କରିଛନ୍ତି। ଆଜି ମୟୁର ଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦାର ବୁଥ୍‌ ନଂ-୩୪ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ବିଜେଡିର ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ରମ୍‌ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଠିକ୍‌ ସେହିପରି ମୟୁରଭଞ୍ଜ ଲୋକସଭା ବିଜେଡିର ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ମଧ୍ୟ ବାରିପଦାର ୨୬ ନଂ ଓ୍ଵାର୍ଡରେ ଭୋଟ୍‌ ଦେଇଛନ୍ତି। ଜଗତସିଂହପୁରର କଂଗ୍ରେସ ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବି ମତଦାନ କରିଛନ୍ତି।

By amfnews

Related Post