Sun. Jun 15th, 2025

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା ରଣଜୀ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଏଲ୍‌. ଆଇ. ପରିଜାଙ୍କ ଦେହାନ୍ତ

By amfnews Aug 26, 2019 #Featured
186 Views

ଭୁବନେଶ୍ୱର :  ସୋମବାର ସକାଳେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର କଟକସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କର ୮୯ ବର୍ଷିୟ ଲଲାଟ ଇନ୍ଦୁଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡ଼ିଛି। ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।

ଖ୍ୟାତନାମା ଉଦ୍ଭିଦ ବିଜ୍ଞାନୀ ତଥା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁତ୍ର ଲଲାଟ ଇନ୍ଦୁ ଚାକିରି କାଳ ମଧ୍ୟରେ ଦୁଇ ଥର ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରେ ରହିଥିଲେ। ୧୯୮୩ ମସିହା ମାର୍ଚ ପହିଲାରୁ ଏପ୍ରିଲ୍‌ ପହିଲା ଯାଏଁ ମାସେ ଧରି ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ରହିଥିଲେ। ପୁନର୍ବାର ୧୯୮୬ ମସିହା ଜାନୁଆରି ପହିଲାରୁ ୧୯୮୭ ମସିହା ଅଗଷ୍ଟ ୫ ତାରିଖ ଯାଏଁ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ।

ଏହାଛଡ଼ା ସେ ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ।କ୍ରିକେଟ୍‌ ଖେଳରେ ମଧ୍ୟ ତାଙ୍କର ସୁନାମ ଥିଲା ଓ ସେ ଓଡ଼ିଶା ରଣଜୀ ଟିମ୍‌ର କ୍ୟାପ୍‌ଟେନ୍‌ ଥିଲେ। ଗତ ମାର୍ଚ ୨୦ ତାରିଖ ଦିନ ‘ଫେଟ୍‌ ଟେକ୍ସ୍‍ ଏ ହ୍ୟାଣ୍ଡ୍‌’ ଶୀର୍ଷକ ତାଙ୍କର ଗୋଟାଏ ପୁସ୍ତକ ଉନ୍ମୋଚିତ ହୋଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

By amfnews

Related Post