288 Views
ଭୁବନେଶ୍ୱର: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି । ରାଜ୍ୟରେ ବଢୁଥିବା କୁକର୍ମ ଘଟଣାରେ ବିଜେପି ମହିଳା ମୋର୍ଚ୍ଚାର ସଚେତନତା ଅଭିଯାନରେ ସେ ସାମିଲ ହେବ । ମେ’ ୧୭ରୁ ଏହି ସଚେତନତା ଯାତ୍ର ଆରମ୍ଭ ହୋଇଛି ।
ଭୁବନେଶ୍ୱରର ଶିଖରଚଣ୍ଡୀ, ଭଦ୍ରକର ଭଦ୍ରକାଳୀ, ସମ୍ବଲପୁରର ସମଲେଶ୍ୱରୀ ପୀଠ, କଟକ ଚଣ୍ଡି ମନ୍ଦିର, କାକାଟପୁରର ମା’ ମଙ୍ଗଳା ପୀଠ, ସୋରଡ଼ାର କନ୍ଧୁଣୀ, ପାଟଣାଗଡ଼ର ପାଟଣେଶ୍ୱରୀରୁ ଏହି ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି।