Sun. Nov 24th, 2024

ଓଡ଼ିଶାରେ ବିଶ୍ବର ପ୍ରଥମ ବୈଦିକ ସ୍ମୃତି ପରୀକ୍ଷାଗାର

By amfnews Aug 4, 2019 #Featured
????????????????????????????????????
103 Views

ଭୁବନେଶ୍ବର : ବିଶ୍ବର ପ୍ରଥମ ବୈଦିକ ସ୍ମୃତି ପରୀକ୍ଷାଗାର ଭୁବନେଶ୍ବରରେ ଖୋଲିଛି। କିଟ୍‌ ପରିସରରେ ଖୋଲିଥିବା ଏହି ପରୀକ୍ଷାଗାରରେ ସ୍ମୃତିଶକ୍ତି ବୃଦ୍ଧି ସହିତ ଚାପମୁକ୍ତ ଦିଗରେ ଏହା ସହାୟକ ହୋଇପାରିବ। ଯାହାଫଳରେ ଏକ ସକାରାତ୍ମକ ଚିନ୍ତାର ବିକାଶ ଘଟିବ ବୋଲି କହିଛନ୍ତି ଗଭୀର ସ୍ମୃତିଶକ୍ତି ପାଇଁ ଲିମ୍‌କା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିବା ବୀରେନ୍ଦ୍ର ମେହେଟ୍ଟା।

ଆଜି ହୋଟେଲ ନ୍ୟୁ ମାରିୟନ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମେହେଟ୍ଟା କହିଲେ, ସବୁ ମଣିଷ ଭିତରେ ଅନ୍ତର୍ନିହିତ ପ୍ରତିଭା ରହିଛି। ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ସମ୍ଭବ ହେବ। ଆଜିର ଶିକ୍ଷା ବ୍ୟବସ୍ଥା ସୃଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶରେ ସହାୟକ ହୋଇପାରୁନାହିଁ। ଦୈନନ୍ଦିନ ବ୍ୟସ୍ତତା ଭାତିରେ ଆମେ ପୁରାତନ ଶିକ୍ଷା ପ୍ରଣାଳୀଠାରୁ ଦୂରେଇବାରେ ଲାଗିଛୁ। ତେଣୁ ବୈଦିକ ସ୍ମୃତି ପରୀକ୍ଷାଗାରରେ ଲୋକଙ୍କ ସ୍ମୃତିଶକ୍ତିର ବୃଦ୍ଧି ହୋଇପାରିବ। ଏଥିପାଇଁ କୌଣସି ବୟସସୀମା ରଖାଯାଇ ନାହିଁ।

ଶାରୀରିକ, ମାନସିକ, ଭାବନା ସଂପର୍କିତ ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଏହା ବାଟ ଦେଖାଇବ। ବୈଦିକ ଖାଦ୍ୟଠାରୁ ଆରମ୍ଭ କରି ପ୍ରାଣାୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ ଜଣେ ବ୍ୟକ୍ତିର ସ୍ମରଣଶକ୍ତିକୁ ବୃଦ୍ଧି କରାଯିବ। ଯଦି ଠିକ୍‌ଭାବେ ଜଣେ ଏହାକୁ ଅନୁସରଣ କରିବ ତେବେ ଆଗାମୀ ଦିନରେ ସେ ବିଦ୍ବାନ ହୋଇପାରିବ। ପ୍ରଥମ ସ୍ମୃତି ପରୀକ୍ଷାଗାର ଭୁବନେଶ୍ବରରେ ଖୋଲିଥିବା ବେଳେ ଆଗାମୀ ଦିନରେ ଦେଶର ୪ଟି ସ୍ଥାନରେ ଏହା ଖୋଲିବାର ଲକ୍ଷ୍ୟ ରଖାଯାଇଛି। ତେବେ ଏହାର ପାଠ୍ୟକ୍ରମ ଫି’ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ମାତ୍ର ଗରିବ ପିଲାମାନଙ୍କ କ୍ଷେତ୍ରରେ ଏଥିରେ ରିହାତି ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ନୀତା ଭୂପାଳନ ଓ ଭାରତ ସିଂ ରାଜପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post