Sat. Mar 7th, 2026

ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ

296 Views

ଭୁବନେଶ୍ବର: କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲଙ୍କ ନେତୃତ୍ବରେ ଏକ ୪୬ ଜଣିଆ ପ୍ରତିନିଧି ଦଳ ଆଜି ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ଜଣାଯାଇଛି। କୋରିଆର ଏହି ୪୬ ଶିଳ୍ପ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜି ନିବେଶ କରିବାଲାଗି ଆଲୋଚନା ହୋଇଥିବା ଜଣାଯାଇଛି। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଏହି ସାକ୍ଷାତପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ କୋରିଆ କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାଛଡ଼ା କିଆ ମୋଟର୍ସ ଏବଂ ସାମସଙ୍ଗ ଏବଂ ହୁଣ୍ଡାଇରେ ବି ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି କୋରିଆ। ଏହି ସାକ୍ଷାତପରେ କୋରିଆ ସହ ଓଡ଼ିଶାର ନୂଆ ସଂପର୍କ ସ୍ଥାପିତ ହେଲା ବୋଲି ସେ କହିଛନ୍ତି।ଏହାଦ୍ବାରା ଓଡ଼ିଶାର ବିକାଶ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

By amfnews

Related Post