Mon. Dec 23rd, 2024

ଓଡ଼ିଶାରେ ଘୋଷଣା ହେଲା ନାଇଟ କର୍ଫ୍ୟୁ, ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ କଟକଣା

By Prasanta Patnaik Dec 31, 2020 #Featured
328 Views

ଓଡ଼ିଶା,ଡିସେମ୍ବର 31: ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଓଡ଼ିଶା ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।

ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୦ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।ସର୍ବସାଧାରଣ ସ୍ଥାନରେ ଲୋକମାନେ ଗହଳି ନକରିବାକୁ କୁହାଯାଇଛି । କିନ୍ତୁ ଜରୁରୀକାଳୀନ ସେବା ପାଇଁ କଟକଣା ରହିବ ନାହିଁ ।

କଟକ, ଭୁବନେଶ୍ବରରେ ଆଜି ଜାରି ହେବ 144 ଧାରା । ଜିରୋ ନାଇଟ୍‌ ଭିଡ ଏଡାଇବାକୁ 144 ଧାରା ଜାରି କରାଯାଉଛି । ପ୍ରେସମିଟ୍‌ରେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ରାତି 9ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍‌ କମିଶନର। ରାତିରେ ନୂଆ ବର୍ଷ ଭୋଜି ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଆପାର୍ଟମେଣ୍ଟ, ରେସିଡେନ୍‌ସିଆଲ୍‌ ଏରିଆରେ ଭୋଜି ନ କରିବାକୁ ବାରଣ କରାଯାଇଛି। ଟୁଇନ୍‌ ସିଟିରେ 40 ପ୍ଲାଟୁନ୍‌ ଫୋର୍ସ ମୂତୟନ ହେବେ ବୋଲି କମିଶନର କହିଛନ୍ତି। ରାସ୍ତାରେ ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବା ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post