Sat. Mar 7th, 2026

ଓଡ଼ିଶାରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

254 Views

ଭୁବନେଶ୍ୱର :ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଏହି ଦିନଟି ରାଷ୍ଟ୍ରୀୟ ଏକତା ଦିବସ ଭାବରେ ମଧ୍ୟ ସାରା ଦେଶରେ ପାଳିତ ହେଉଛି । ସେଥିପାଇଁ ଦେଶବ୍ୟାପୀ ଆଜି ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହିକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଆଜି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେଳବାଇ ଷ୍ଟାଡିୟମ୍‌ରୁ ‘ରନ୍‌ ଫର୍‌ ୟୁନିଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଭୁବନେଶ୍ବରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ,ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସମେତ ବିଜେପିର ବହୁ ନେତା ସାମିଲ ହୋଇଥିଲେ।

ଠିକ୍ ସେହିପରି ସେହିପରି ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଓଡ଼ଶା ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସମେତ ବହୁ ଲୋକ ଯୋଗ ଦେଇଥିଲେ।ରାଉରକେଲାରେ ଜୁଏଲ ଓରାମ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

By amfnews

Related Post