Sat. Mar 7th, 2026

ଓଡ଼ିଆ ଫିଲ୍ମର ଅଫର୍‌କୁ ହାତଛଡ଼ା କରିଥିଲେ ଲୋକପ୍ରିୟ  ଦେବିକା ଅରୁନ୍ଧତୀ ସାମଲ

605 Views

ଭୁବନେଶ୍ୱର: ଆଜିକାଲି ଟେଲି ନାୟିକା ଦେବିକା ଅରୁନ୍ଧତୀ ସାମଲ ନିଜର ନୂଆ ମେଗା ଧାରାବାହି ଜ୍ୱାଇଁ ନଂ ୧ ପାଇଁ ଚର୍ଚ୍ଚାରେ ଅଛନ୍ତି। । ସେ ଆଗରୁ ସାର୍ଥକ ଟିଭିରେ ପ୍ରସାରିତ ମେଗା ସିରିଏଲ୍‌ ‘ମୋ’ ଜେଜେମା’ ରେ ଫିମେଲ୍‌ ଲିଡ୍‌ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଅବଶ୍ୟ ତା’ପୂର୍ବରୁ ସେ ଶିଶୁ କଳାକାର ଭାବେ କେତୋଟି ଟେଲି ଧାରାବାହିକରେ ଅଭିନୟ କରିଥିଲେ।
ଟେଲି ଓ ଯାତ୍ରା ଜଗତର ଜଣାଶୁଣା ନିର୍ଦ୍ଦେଶକ  ହିମାଂଶୁ ସାମଲ (ହେମି) ଓ ଜଣାଶୁଣା ଅଭିନେତ୍ରୀ ତଳୋତ୍ତମାଙ୍କ  ଝିଅ ଦେବିକାଙ୍କୁ ଏହାପରେ ‘ନେଇ ଯା’ରେ ମେଘ ମତେ’ ରେ ବି ଦର୍ଶକ ଦେଖିବାକୁ ପାଇଥିଲେ।


ଓଲିଉଡରୁ ଦେବିକାଙ୍କୁ ଅଫର୍‌ ମିଳିଛି, ହେଲେ ଟେଲି ଦୁନିଆଁକୁ ଛାଡି ଏତେ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ସେ ଚାହାଁନ୍ତି ନାହିଁ । ଓଲିଉଡର ଏକ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ ପକ୍ଷରୁ ଏକ ଫିଲ୍ମରେ ଫିମେଲ୍‌ ଲିଡ ପାଇଁ ତାଙ୍କ ପାଖକୁ ଅଫର୍‌ ଆସିଥିଲା, ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ।

By amfnews

Related Post