Sat. Apr 19th, 2025
185 Views

ନୟାଗଡ଼  : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପଞ୍ଚୁପାଣ୍ଡବ ଠାରେ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘ଫ୍ରେଣ୍ଡସ’ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ପଞ୍ଚୁପାଣ୍ଡବ ଠାରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ଓ ତା’ପରେ ଓଲଟି ପଡ଼ିଥିଲା। ବସ୍‌ରେ ପ୍ରାୟ ୬୦ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି।

ଖବର ପାଇ ନୂଆଗାଁ ଓ ଦଶପଲ୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେହିପରି ନୂଆଗାଁ ଦମକଳ ବାହିନୀ ବି ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ନୂଆଗାଁ ଡାକ୍ତରଖାନାକୁ ପଠାଇଥିଲେ। ତେବେ ସେଠାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

By amfnews

Related Post