Tue. Dec 24th, 2024

ଓବିବିପି ବିଭାଗର ପ୍ରଶଂସନୀୟ ପ୍ରୟାସରେ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଗୁଣବତ୍ତା ଓ ଉତ୍ପାଦକତାରେ ଉନ୍ନତ

rklsanchar@gmail.com' By J.N. Pradhan Aug 2, 2018 #Featured
213 Views

ରାଉରକେଲା, ୧/୮ () : ସେଲ ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଲାଣ୍ଟ, ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଉତ୍ତପ୍ତ ଧାତୁ ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଆଇରନ ଓର ଲମ୍ପ୍ ସ୍କ୍ରିନିଙ୍ଗ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି କରିଥାଏ । ନିର୍ଦ୍ଧାରିତ ସାଇଜର ଆଇରନ ଓର ଯୋଗାଣ ନହେବା ସ୍ଥଳରେ ବ୍ଲାଷ୍ଟ ଫର୍ଣ୍ଣେସରେ ହାଙ୍ଗିଙ୍ଗ, ଉଚ୍ଚ କୋକ ହାର ଓ ଜାମିଙ୍ଗ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ ।

ଏଭଳି ସମସ୍ୟାର ସମାଧାନ ନିମନ୍ତେ ବିଭାଗର ଡେପୁଟି ମ୍ୟାନେଜର ଶ୍ରୀ ଏସ ଭଞ୍ଜଦେଓ ଓ ଶ୍ରୀ ଏନ ସି ପାତ୍ର ତଥା ୧୩ ଜଣ ଏସଓଏସଟି ଏବଂ ଜଣେ ଜେଓଟିଏ, ସିଭିଲ ଇଞ୍ଜିନିୟରିଂ ସର୍ଭିସେସ ଏବଂ ଡିଜାଇନ ବିଭାଗର ସହଯୋଗରେ ଭାଇବ୍ରେଟିଙ୍ଗ ସ୍କ୍ରିନ ଲେଭେଲରେ ଉଚ୍ଚ ଚାପ ଯୁକ୍ତ ଜଳ ପ୍ରବାହ ଦ୍ୱାର ଆଇରନ ଓର ୱାସିଙ୍ଗ ସିଷ୍ଟମ ସ୍ଥାପନା କରିଥିଲେ । ଏହି ନୂତନ ବ୍ୟବସ୍ଥାରେ ଆଇରନ ଓରରୁ ଅନୁପଯୋଗୀ ପଦାର୍ଥଗୁଡିକୁ ଧୁଆଯିବା ସହିତ ସାଇଜ ଓର ଗୁଡିକୁ ବ୍ଲାଷ୍ଟ ଫର୍ଣ୍ଣେସକୁ ପ୍ରେରଣ କରାଯାଇପାରୁଛି ।

ଏହି ଆଂଶିକ ପରିବର୍ତ୍ତନ ସହିତ ସ୍କ୍ରିନିଙ୍ଗ ସମୟ ହ୍ରାସ ପାଇପାରିଛି ଏବଂ ସାଇଜ ଓର ଗୁଡିକର ମାନରେ ଉନ୍ନତି ସାଧନ ହୋଇପାରୁଛି । ଏତଦବ୍ୟତୀତ ସାଇଜ ଓରରେ ଲୌହ ଅଂଶରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଆଲୁମିନା ଓ ସିଲିକା ପରିମାଣ ହ୍ରାସ ପାଇପାରିଛି, ଯଦ୍ଦ୍ୱାରା ବ୍ଲାଷ୍ଟ ଫର୍ଣ୍ଣେସରୁ ଉତ୍ପନ୍ନ ଉତ୍ତପ୍ତ ଧାତୁର ମାନରେ ଉନ୍ନତି ଘଟିଛି ।

ଓବିବିପି ବିଭାଗର ଜୁଲାଇ ୨୭ ତାରିଖରେ ‘ଉକ୍ରର୍ଷ’ ଯୋଜନା ଅଧୀନରେ ଏକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲେ । ଏହି ଅବସରରେ ଉକ୍ତ ପ୍ରଶଂସନୀୟ କାର୍ଯ୍ୟ ସମ୍ପନ୍ନ କରିଥିବା ୧୯ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଓବିବିପି ବିଭାଗର ଜିଏମ, ଶ୍ରୀ ଅରବିନ୍ଦ ମିଶ୍ର ସମସ୍ତ କର୍ମଚାରୀଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଡିଜିଏମ ଅପରେସନ ଶ୍ରୀ ଏନ କେ ମଣ୍ଡଲ, ଏଜିଏମ ଶ୍ରୀ ଏସ ସି ମହାନ୍ତି ତଥା ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଆଧୁନିକୀକରଣ ଅଞ୍ଚଳର ଶ୍ରମ ନିରିକ୍ଷକ ଶ୍ରୀ ଏସ କେ ମେୱା ସଂଯୋଜନା କରିଥିଲେ ।

Related Post