Tue. Nov 26th, 2024

ଓଡିଶା ପ୍ରଶାସନିକ ସେବା ୨୦୧୬-୧୭ ପରୀକ୍ଷାଫଳ, ଆୟୁଷି ମହାପାତ୍ର ଟପ୍ପର

By amfnews Dec 20, 2018 #Featured
480 Views

ଭୁବନେଶ୍ୱର ଡିସେମ୍ବର ୨୦: ଓଡିଶା ଲୋକସେବା ଆୟୋଗ ଓପିଏସସି ଦ୍ୱାରା ପରିଚାଲିତ ଓଡିଶା ପ୍ରଶାସନିକ ସେବା ୨୦୧୬-୧୭ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ମୋଟ ୧୦୬ ଜଣ କୃତିକାର୍ଯ୍ୟ ହୋଇଛନ୍ତି । ପ୍ରଥମ ତିନିଟି ସ୍ଥାନରେ ଛାତ୍ରୀମାନେ ହାସଲ କରିଥିବା  ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ରୀ ରହିଛନ୍ତି ।

ଏହି ପରୀକ୍ଷାରେ ଆୟୁଷି ମହାପାତ୍ର ପ୍ରଥମସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ସଞ୍ଜିତା ମହାପାତ୍ର ରହିଥିବା ବେଳେ ପୁନମ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତିତ୍ୱ ହାସଲ କରିଥିବା ୧୦୬ ଜଣ ପାର୍ଥୀଙ୍କ ମଧ୍ୟରୁ ୬୪ ଜଣ ପୁରୁଷ ପାର୍ଥୀ ଥିବା ବେଳେ ୪୨ ଜଣ ମହିଳା ପାର୍ଥୀନୀ ରହିଥିବା ଜଣାପଡିଛି । ମନୋନୀତ ପାର୍ଥୀ ମାନଙ୍କୁ ଓଡିଶା ସିଭିସ ସର୍ଭିସର କ୍ୟାଟାଗରି ୧ ଓ ୨ ଗ୍ରେଡରେ ନିଯୁକ୍ତି ପ୍ରଦାନ କାରଯିବ ।

ପ୍ରାୟ ୭୦  ହଜାର ପାର୍ଥୀ ପ୍ରିଲିମ ପରୀକ୍ଷା ଦେଇଥିଲେ । ଏଥିପାଇଁ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର ଓ କଟକରେ ପରୀକ୍ଷାକେନ୍ଦ୍ର ଖୋଲା ଯାଇଥିଲା । ସେଥି ମଧ୍ୟରୁ ୨୪, ୭୦୦ ଜଣ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ଏଥିରେ ୨୧୨ ଜଣ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ମୋଟ ୧୦୬ ଜଣ କୃତିକାର୍ଯ୍ୟ ହୋଇଥିବା ଆୟୋଗ ପକ୍ଷରୁ ପ୍ରକାଶିତ ବଜ୍ଞପ୍ତିରେ ସୂଚନା ଦିଆଯାଇଛି । ପରୀକ୍ଷାଫଳ ଓପିଏସସି ଓ୍ୱେବସାଇଟରେ ଉପଲବ୍ଧ ହେଉଛି ।

By amfnews

Related Post