154 Views
ପାଖଝୋଲା ପଂଚାୟତ ତା ୧୭/୦୯/୨୦୧୮ରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ପାଖଝୋଲା ଗ୍ରାମ ପଂଚାୟତ ର ଏକମାତ୍ର ଉଚ୍ଚ ବିଦ୍ୟାଳୟ ଜେ.ପି ହାଇସ୍କୁଲ୍ ର ଶିକ୍ଷକ, କର୍ମଚାରୀବୃନ୍ଦ ଓ ଗ୍ରାମବାସୀ ମାନେ ପଞ୍ଚାୟତ ଅଫିସରୁ ଏକ ପଦଯାତ୍ରା ବାହାରି ବ୍ଳକ୍ଗ୍ରାଣ୍ଟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ଜନସାଧାରଣଙ୍କୁ ଅବଗତ କରାଇଥିଲେ | ଏହି ସଭାରେ ସମାଜସେବୀ ଶ୍ରୀଯୁକ୍ତ ପ୍ରୀତମ୍ ପାଢ଼ୀ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆନ୍ଦୋଳନରତ ଶିକ୍ଷକ ମାନଙ୍କର ସମସ୍ୟାର ଯଥାଶୀଘ୍ର ସମାଧାନର ବାଟ ବାହାର କରିବାପାଇଁ ନିବେଦନ କରିଛନ୍ତି । ଏହି ସଭାରେ ବ୍ଳକ୍ ସଭାପତି ଶ୍ରୀଯୁକ୍ତ ଗତିକୃଷ୍ଣ ବାରିକ ତଥା ରାଜ୍ୟ କାର୍ଯ୍ୟକାରିଣି ସଭ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ , ଚନ୍ଦ୍ରକାନ୍ତ ନାୟକ, ରଘୁନାଥ ମହାପାତ୍ର, ବସନ୍ତ କୁମାର ବେହେରା, ଚୈତନ ପ୍ରସାଦ ନାୟକ ଓ ଭ୍ରମରବର ସାହୁ ଓ ଶତାଧିକ ଗ୍ରାମବାସୀଉପସ୍ଥିତ ଥିଲେ ।