ଭୁବନେଶ୍ୱର, ଏପ୍ରିଲ 19 :
ଓଡ଼ିଶାରେ ଜଟିଳ ହେଉଛି କରୋନାସ୍ଥିତି। ଆଜି ପୁଣି 4000 ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ପୁଣି ନୂଆ ରେକର୍ଡ କଲା କରୋନା । ଗତ 24 ଘଣ୍ଟାରେ ରାଜ୍ୟରେ 4 ହଜାର 445 କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 722 ପଜିଟିଭ ଚିହ୍ନଟ ହୋଇଛନ୍ତି । ତା ତଳକୁ ଦ୍ୱିତୀୟ ସର୍ବାଧିକ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧା ଜିଲ୍ଲାରୁ 587 ସଂକ୍ରମିତ ଚିହ୍ନଟ ।
ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ରାଜ୍ୟରେ 4 ହଜାର 445 କରୋନା ସଂକ୍ରମିତ ଚିହ୍ନଟ ଭିତରୁ 2574 କ୍ୱାରେଣ୍ଟାଇନରୁ ଓ 1871 ଲୋକାଲ କେସ ରହିଛି । 437 ପଜିଟିଭ ସହ ଆକ୍ରାନ୍ତ ଚିହ୍ନଟରେ ତୃତୀୟରେ ରହିଛି ନୂଆପଡା ଜିଲ୍ଲା । କଳାହାଣ୍ଡି 273, କଟକ 251, ସମ୍ବଲପୁର 241, ପୁରୀ 219, ଝାରସୁଗୁଡା 231 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନବରଙ୍ଗପୁରରୁ 127 ଆକ୍ରାନ୍ତ ଚିହ୍ନଟ ବେଳେ ବଲାଙ୍ଗୀର 168, ବରଗଡ 178 ଓ ବାଲେଶ୍ୱରରୁ 123 ପଜିଟିଭ । କେଉଁଝର 75, ମୟୂରଭଞ୍ଜ ଜିଲ୍ଲାରୁ 100 ପଜିଟିଭ । ଷ୍ଟେଟପୁଲ 125, ଯାଜପୁର 58 ,ଗଞ୍ଜାମ 62 ଅନୁଗୁଳ 87, ଭଦ୍ରକ 43 ଜଣ ଓ ରାୟଗଡାରୁ 53 ଚିହ୍ନଟ ହୋଇଛନ୍ତି । ସେହିପରି ସୋନପୁର 22 , ନୟାଗଡ 50, କୋରାପୁଟ 21 , କେନ୍ଦ୍ରାପଡା 35 ଓ ଜଗତସିଂହପୁରରୁ 33 ଜଣ ଚିହ୍ନଟ ହୋଇଛନ୍ତି ।