Sun. Mar 8th, 2026

ଓଜନ କମାଇବାରେ ବି ସହାୟକ ଗୁପଚୁପ୍‌ ପାଣି

242 Views

ଆମମାନଙ୍କ ଭିତରୁ ଉଣା ଅଧିକେ ଗୁପଚୁପ୍‌ ଖାଇବାକୁ ଭଲ ପାଆନ୍ତି। ବିଶେଷ କରି ମହିଳାମାନେ ଗୁପଚୁପ୍‌କୁ ଅଧିକ ପସନ୍ଦ କରନ୍ତି। ଗୁପଚୁପ୍‌ ନାଆଁ ଶୁଣିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ବାହାରିଯାଏ।
ହେଲେ ଆପଣ କ’ଣ ଜାଣନ୍ତି ଯେ ଗୁପଚୁପ୍‌ କେବଳ ପାଟିକୁ ସୁଆଦିଆ ଲାଗେ,ତା ନୁହେଁ ବରଂ ଏହା ଶରୀର ପାଇଁ ବି ହିତକାରକ। ଏବେ ଆସନ୍ତୁ ଜାଣିବା ଗୁପଚୁପ୍‌ ଖାଇଲେ ବି ଉପକାର ମିଳିଥାଏ ଦେହକୁ।
ପ୍ରଥମତଃ ଗୁପଚୁପ୍‌ର ଖଟା ପାଣିର ପ୍ରସ୍ତୁତିରେ ଜିରାଗୁଣ୍ଡ,କଳା ଲୁଣ ଓ ଗୋଲମରିଚ ଗୁଣ୍ଡର ପ୍ରୟୋଗ କରାଯାଇଥାଏ। ଏହା ସ୍ୱାଦିଷ୍ଟ ହେବା ସହିତ ପେଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।ଏହାର ସେବନ ଫଳରେ ଏସିଡିଟିରେ ସମସ୍ୟାର ଦୂର ହୋଇଥାଏ।


ଓଜନ କମାଇବାରେ ବି ସହାୟକ ହୋଇଥାଏ ଗୁପଚୁପର ପାଣି। ଏହାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ମସଲା ହଜମ କ୍ରିୟାରେ ସହାୟକ।
ଯଦି ଆପଣଙ୍କ ପାଟି ଅରୁଚିକର ଲାଗୁଛି,ତେବେ ଦୁଇଚାରିଟି ଗୁପଚୁପ୍‌ ଖାଇ ଦେଲେ ସେହି ଅରୁଚି ଦୂରେଇ ଯିବ ଓ ଦେହ ଭଲ ଲାଗିବ।

By amfnews

Related Post