Sat. Nov 2nd, 2024

ଓଏସ୍ଏପି ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

By amfnews Nov 30, 2018 #Featured
332 Views

ରାଉରକେଲା, ୩୦ା୧୧  : ସେକ୍ଟର-୨୧ ଅନ୍ତର୍ଗତ ଓଏସ୍ଏପି ହାଇସ୍କୁଲ ପରିସରରେ ରାଉରକେଲା ମହାନଗର ନିଗମସ୍ତରୀୟ ବିଜ୍ଞାନମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାରେ ସେହିପରି ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ହୃଷିକେଶ ରାୟ କଲେଜ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ବିଜ୍ଞାନର ଉପକାରିତା ଓ ଅପକାରିତା ସମ୍ପର୍କରେ ବିଶ୍ଦ ଆଲୋଚନା କରିଥିଲେ ।

ମେଳାରେ ଓଏସ୍ପି ୪ର୍ଥ ବାଟାଲିୟନ୍ କମାଣ୍ଡାଣ୍ଟ୍ ପୁରୁଷୋତ୍ତମ ସାହୁ ଅତିଥି ଭାବେ ଯୋଗଦେଇ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ସାହାଯ୍ୟ ବିନା ବଞ୍ଚିବା କଷ୍ଟକର ହୋଇପଡ଼ିଛି ବୋଲି ଉଲ୍ଲେଖ କରିଥିଲେ । ଏହି ମେଳାରେ ରାଉରକେଲା ମହାନଗର ନିଗମ ଅଧିନସ୍ଥ ୯୩ଟି ସ୍କୁଲ୍ର ପ୍ରାୟ ୬ ଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମୃର୍ତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ ସୁରକ୍ଷା, ୱେଷ୍ଟ ମେନେଜମେଣ୍ଟ ଭଳି ପ୍ରାୟ ୪ଶହ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଏନ୍ଆଇଟି ଡିନ୍ ଡ.ସୀମାଞ୍ଚଳ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ଗୋରେଟି ଟେଟେ, ଓଏସ୍ଏପି ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ, ଏବିଇଓ ପ୍ରଦୀପ କୁମାର ରଥ ପ୍ରମୁଖ ଅତିଥିବୃନ୍ଦ ମଞ୍ଚାସୀନ ଥିବାବେଳେ ଏବିଇଓ ପ୍ରଶାନ୍ତ ବେହେରା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଶକୁନ୍ତଳା କିଷାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ୭ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ଚୟନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ରଶ୍ମିତ ସାହିଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏବିଇଓ ଶରତ କୁମାର ପତି ଧନ୍ୟବାଦ ଦେଇଥିଲେ ।

By amfnews

Related Post