179 Views
ଭୁବନେଶ୍ୱର, ଜୁନ ୧ :ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ଦେବ ପ୍ରସାଦ ଦାଶଙ୍କୁ ନିଳମ୍ବନ ମାମଲା ନୂଆ ରୂପ ନେଇଛି । ନିଳମ୍ବନ ଆଦେଶର ମୂଳ ଫାଇଲ ମଗାଇଛନ୍ତି ସ୍ୟାଟ୍ । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟ ସରକାର । ଏହା ସହ ସ୍ୟାଟ୍ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ନିଳମ୍ବନ ବେଳେ ଦେବ ପ୍ରସାଦଙ୍କୁ ଭୁବନେଶ୍ୱରରେ ରହିବାକୁ ଅନୁମତି ଦିଆଯାଇଛି । ଜୁନ୍ ଶେଷ ସପ୍ତାହରେ ଏହି ମାମଲାର ପରବର୍ତୀ ଶୁଣାଣି ହେବାନେଇ ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି ଦେବ ପ୍ରସାଦଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।
ସୂଚନାଯୋଗ୍ୟ କି, ଗତ ୨୮ ତାରିଖରେ ତାଙ୍କୁ ବିନା କାରଣରେ ନିଳମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ସହ ସେ ରାଜ୍ୟରେ ଅଣ ଓଡିଆ ଅପିସରଙ୍କ ରାଜ୍ ଚାଲିଥିବା କଥା କହି ଚର୍ଚ୍ଚାକୁ ଆସିଥିଲେ ।