Fri. Dec 27th, 2024

ଐତିହାସିକ ଟେଷ୍ଟ ମ୍ୟାଚ ପାଇଁ କୋଲକାତାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ

By amfnews Nov 22, 2019 #Featured
173 Views

କୋଲକାତା  : ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ। ଏହି ମ୍ୟାଚକୁ ଦେଖିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ମ୍ୟାଚକୁ ଶେଖ ହସିନା ପାରମ୍ପରିକ ବେଲ୍ ବଜାଇ ଉଦଘାଟନ କରିବେ। ଭାରତ ତା’ର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶେଖ ହାସିନାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଷ୍ଟାଡ଼ିୟମରେ ମ୍ୟାଚ ଦେଖିବେ ବୋଲି ଜଣାପଡ଼ିଛି। ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରସ୍ତାବକ ନିଜେ ଗାଙ୍ଗୁଲି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚକୁ ଭଲ ଭାବରେ ନିରୀକ୍ଷଣ କରିବେ।

ANI

@ANI

Kolkata: Bangladesh PM Sheikh Hasina arrives at Subhash Chandra Bose International Airport. Bangladesh PM will inaugurate the first day-night test match between India&Bangladesh at Eden Gardens today. https://twitter.com/ANI/status/1197745366025687040 

View image on TwitterView image on Twitter
ANI

@ANI

Kolkata:Board of Control for Cricket in India (BCCI) President Sourav Ganguly arrives at Subhash Chandra Bose International Airport to receive Bangladesh PM Sheikh Hasina. The Bangladesh PM will inaugurate the first day-night test match b/w India&Bangladesh at Eden Gardens today.

View image on Twitter
View image on Twitter

ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ରହିଛି। ଏହି ମ୍ୟାଚରେ ବଲର ରଙ୍ଗ ମଧ୍ୟ ଗୋଲାପୀ ରହିଛି। ତେଣୁ ଏହାକୁ ଐତିହାସିକ ମ୍ୟାଚ ବୋଲି କୁହାଯାଉଛି। ମ୍ୟାଚ ଆରମ୍ଭରୁ ପ୍ରଥମ ଘଣ୍ଟାଏ ବୋଲରଙ୍କୁ ସୁହାଇବ ବୋଲି ଜଣାପଡ଼ିଛି। ଭାରତର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜେ ଏହାକୁ ସ୍ୱୀକାର କରିଛନ୍ତି। ତେଣୁ ଏହି ଟେଷ୍ଟ ମ୍ୟାଚରେ ଟସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜଣାପଡ଼ିଛି।

By amfnews

Related Post