Sun. Dec 29th, 2024

ଏହି ସବୁ ଜିଲ୍ଲାରେ ବର୍ଷା, ବଜ୍ରପାତ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

By amfnews Feb 6, 2020 #Featured
152 Views

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲାଗୁଡ଼ିକ ହେଲା-ରାୟଗଡ଼ାଗଞ୍ଜାମ ଓ ଗଜପତି। ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ଆସନ୍ତାକାଲି କେନ୍ଦୁଝରମୟୂରଭଞ୍ଜଢେଙ୍କାନାଳଯାଜପୁରଭଦ୍ରକକଟକକେନ୍ଦ୍ରାପଡ଼ାଜଗତସିଂହପୁରଖୋର୍ଦ୍ଧାପୁରୀ ଓ ନୟାଗଡ଼ ଜିଲ୍ଲାରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ମାରିପାରେ। ଏହାସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼ଝାରସୁଗୁଡ଼ାସମ୍ବଲପୁରକେନ୍ଦୁଝରମୟୂରଭଞ୍ଜସୋନପୁରରାୟଗଡ଼ାନୂଆପଡ଼ା ଗଞ୍ଜାମ ଓ ଗଜପତି। ଆସନ୍ତା ୮ ତାରିଖରେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ବର୍ଷା ଛାଡ଼ିଲା ପରେ ୨-୩ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ।

By amfnews

Related Post