Mon. Dec 23rd, 2024

ଏହି ରାଜ୍ୟରେ ଆଜି ବାଜିବ ସ୍କୁଲ ଘଣ୍ଟି, ପିଲାଙ୍କୁ ପଠାଇବା ପୂର୍ବରୁ ଅଭିବାବକ ଜାଣନ୍ତୁ ନିୟମ

By amfnews Sep 21, 2020 #Featured
256 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ : କେନ୍ଦ୍ର ସରକାରଙ୍କ ଅନଲକ-୪.୦ ଗାଇଡଲାଇନ ଅନୁଯାୟୀ ଦେଶରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଲାଗି ସର୍ତ୍ତମୂଳକ ସ୍କୁଲ ଖୋଲିବା ନେଇ ଆଜିଠାରୁ ଅନୁମତି ପ୍ରଦାନ କରାଯାଇଛି । ଅର୍ଥାତ ଆଜିଠାରୁ ଛାତ୍ରଛାତ୍ରୀମାନେ ପୁଣି ଥରେ ସ୍କୁଲ ଯାଇପାରିବେ । କରୋନା ମହାମାରୀ ଯୋଗୁଁ ବିଗତ କିଛି ମାସ ହେବ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା । ମାତ୍ର ସେହିଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରିବେ, ଯେଉଁମାନଙ୍କର ଘର କଣ୍ଟେନମେଣ୍ଟ ଜୋନ ବାହାରେ ଅଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ ମଧ୍ୟ କରିପାରିବେ ।

ନୂତନ ଗାଇଡଲାଇନ ଜାରି କରି ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, କେନ୍ଦ୍ର ଶାସିତ ରାଜ୍ୟ ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିପାରିବେ । ସ୍କୁଲରେ କରୋନା ଭାଇରସ ନବ୍ୟାପିବା ଲାଗି ସମସ୍ତ ପ୍ରଟୋକଲକୁ ପାଳନ କରିବାକୁ ପଡ଼ିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍କୁଲ ଖୋଲିବା, ପରିବହନ, କାର୍ଯ୍ୟକଳାପର ପ୍ଲାନିଂ ଓ ସଫାସୁଥୁରାକୁ ନେଇ ସମସ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜାତୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୫ ଯାଏଁ ସ୍କୁଲ ବନ୍ଦ ରହିବ । ଉତ୍ତର ପ୍ରଦେଶରେ କେବେ ସ୍କୁଲ ଖୋଲିବ, ତାହା ସରକାର ସ୍ପଷ୍ଟ କରିନାହାନ୍ତି । କିନ୍ତୁ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଥିଲେ ଯେ, ସେପ୍ଟେମ୍ବର ୨୧ରୁ ଆଂଶିକ ରୂପେ ସ୍କୁଲ ଖୋଲାଯାଇପାରେ । ବିହାର ସରକାର କହିଛନ୍ତି, ସେପ୍ଟେମ୍ବର ୨୧ରୁ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ବିଦ୍ୟାଳୟ ଖୋଲାଯାଇପାରିବ । କିନ୍ତୁ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାମାନେ କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ସ୍କୁଲ ଯିବେ । କରୋନା ଯୋଗୁଁ ଉତ୍ତରାଖଣ୍ଡରେ ଏବେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି, ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ।

By amfnews

Related Post