Sat. Mar 7th, 2026

ଏହି ମହତ ଉଦ୍ଦେଶ୍ୟ ନେଇ ଚାଲିବ ୨୯ଟି ସମାନତା ଏକ୍ସପ୍ରେସ , ଟିକେଟ୍‌ ବୁକିଂ ଆରମ୍ଭ

225 Views

ମୁମ୍ବାଇ, ଜାନୁଆରୀ୨୮ : ଭୀମ ରାଓ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ସହ ସଂଶ୍ଲିଷ୍ଟ ବିଭିନ୍ନ ତୀର୍ଥସ୍ଥାନକୁ ଯୋଡିବା ଲାଗି ଆଇ ଆର ଟିସି ସମାନତା ଏକ୍ସପ୍ରେସ ନାମକ ଏକ ଏକ୍ସପ୍ରେସ ଟ୍ରେନ ଚଳାଇବାର ଯୋଜନା କରୁଛି। ଦେଶରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଦେଇ ଏହି ଟ୍ରେନର ଯାତ୍ରାର ମୋଟ ସମୟ ୧୦ ରାତି ଓ ୧୧ ଦିନ ହେବ। ଏହି ଟ୍ରେନର ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଆଇଆରଟିସି ପକ୍ଷରୁ ଏଭଳି ଆହୁରି ୨୮ଟି ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଜଣାଯାଇଛି।
ଆଗାମୀ ଫେବୃଆରି ୧୪ ତାରିଖରେ ନାଗପୁରର ଶୁଭାରମ୍ଭ ହେଉଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ ମୁମ୍ବାଇ, ଇନ୍ଦୋର, ଗୟା, ବାରାଣାସୀ, ଗୋରଖପୁର ବାଟଦେଇ ନାଗପୁର ଓ ମୁମ୍ବାଇ ଆସିବ। ଟ୍ରେନରେ ୧୨ ସ୍ଲିପର୍‌ କ୍ଲାସ ଓ ୧ ଥାର୍ଡ-ଏସିର ଡବା ଲାଗିବ। ସ୍ଲିପର କ୍ଲାସ୍‌ ଯାତ୍ରୀମାନଙ୍କୁ ୧୦ ହଜାର ୩୯୫ ଟଙ୍କା ଓ ଥାର୍ଡ ଏସି ଯାତ୍ରୀମାନଙ୍କୁ ୧୨,୭୦୦ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଖାଦ୍ୟପାନୀୟ ବି ବ୍ୟବସ୍ଥା କରାଯାଇଛି।

By amfnews

Related Post