Sun. Nov 24th, 2024

ଏସ-୪୦୦ ମିସାଇଲ ଡିଫେନ୍ସ ନେଇ ଭାରତ ଓ ରୁଷିଆ ମଧ୍ୟରେ ଆଜି ହେବ ବୁଝାମଣା

By amfnews Oct 5, 2018 #Featured
176 Views

ନୂଆଦିଲ୍ଲୀ, ଅକ୍ଟୋବର ୦୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗୁରୁବାର ସନ୍ଧ୍ୟାରେ ଭାରତ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ପୁତିନ କହିଛନ୍ତି, ଏହି ଗ୍ରସ୍ତରୁ ଭାରତକୁ ଶକ୍ତି ମିଳିବାର ଆଶା ଦେଖାଯାଉଛି । ପୁତିନଙ୍କ ଗସ୍ତ ନେଇ ଆମେରିକା ବିରକ୍ତି ପ୍ରକାଶ କରୁଥିବା ଜଣାପଡ଼ିଛି । କାରଣ ରୁଷିଆ ଜରିଆରେ ଭାରତକୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ମିଳିବାର ଆଶା ଦେଖାଯାଇଛି । ଅନ୍ୟପକ୍ଷରେ ଆମେରିକାକୁ ଭାରତ-ରୁଷିଆର ମଧ୍ୟରେ ଆରମ୍ଭ ହେବାକୁ ଥିବା ନୂତନ ବନ୍ଧୁତ୍ୱର ପର୍ବକୁ ହଜମ ହେଉ ନାହିଁ । ସେହିଭଳି ଏସ-୪୦୦ ମିସାଇଲ ପ୍ରତିରକ୍ଷା ନେଇ ଭାରତ ଓ ରୁଷିଆ ମଧ୍ୟରେ ହେବାକୁ ଥିବା ବୁଝାମଣା ଉପରେ ପାକିସ୍ତାନ ମଧ୍ୟ ନଜର ରଖିଛି ।

ପୁତିନ କହିଛନ୍ତି ଭାରତ ଗସ୍ତର ଠିକ ପୂର୍ବରୁ ଆମେରିକା ନିଜର ସହଯୋଗୀ ରାଷ୍ଟ୍ରକୁ ରୁଷିଆ ସହିିତ କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ କିଣିବା ଦିଗରେ କାମ ଅଗ୍ରସର ହେଲେ ପ୍ରତିବନ୍ଧକ ଲଗାଇବାକୁ ପଛାଇବ ନାହିଁ ବୋଲି କହିଛି । ସୂଚନାଯୋଗ୍ୟ ଗୁରୁବାର ପୁତିନ ଯେତେବେଳେ ଦିଲ୍ଲୀ ବିମାନବନ୍ଦରକୁ ପହଞ୍ଚି ଥିଲେ, ସେ ପ୍ରଧାନମନ୍ତ୍ରୀଙ୍କ ନିବାସକୁ ସିଧାସଳଖ ଯାଇ ପହଞ୍ଚି ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସ୍ୱାଗତ ପୂର୍ବରୁ ମୋଦୀ ରୁଷିଅ ଭାଷାରେ ଟୁଇଟ କରି ପୁତିନଙ୍କୁ ସ୍ୱାଗତ କରିଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ପୁତିନ

ବିଦେଶ ମନ୍ତ୍ରାଳୟ କହିଛି, ରାଷ୍ଟ୍ରପତି ପୁତିନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଆଲୋଚନା କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପୁତିନ ଭେଟିବାର କାର୍ଯ୍ୟକ୍ରମ ଅଛି । ନିକଟରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତ-ରୁଷିଆ ଇଣ୍ଟର-ଗର୍ଭରମେଣ୍ଟ କମିଶନ ଅନ ଟେକ୍ନିକାଲ ଇକୋନୋମିକ କୋ-ଅପରେସନର ୨୩ତମ ବୈଠକରେ ଯୋଗ ଦେଇଥିଲେ ।

By amfnews

Related Post