Tue. Mar 10th, 2026

ଏସ୍‌ପ୍ଲାନେଡ୍‌ ମଲ୍‌ ପରିସରରେ ଗ୍ରାହକଙ୍କ ଠାରୁ ଚୋରି

164 Views

ଭୁବନେଶ୍ୱର  : ଆଜି ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ ପରିସରରେ ଜଣେ ଗ୍ରାହକଙ୍କ ଠାରୁ ୨୫ହଜାର ଟଙ୍କା ଚୋରି ହୋଇଛି। ପଟିଆର ସରୋଜ କୁମାର ବ୍ରହ୍ମ ଓ ତାଙ୍କ ପତ୍ନୀ ରୋଜାଲିନ ବିଶ୍ୱାଳ ଏସ୍‌ପ୍ଲାନେଡ୍‌ର ଇ-ଜୋନ୍‌କୁ ଯାଇଥିଲେ। ସେଠାରେ ତାଙ୍କ ଝିଅ ଗେମ ଖେଳୁଥିଲା। ଏହି ସମୟରେ ତାଙ୍କ ପାଖରେ ଛିଡା ହୋଇଥିବା ୨ଦୁଇ ଜଣ ଯୁବକ ଯୁବତୀଙ୍କ ମଧ୍ୟରୁ ଯୁବତୀ ଜଣକ ଚତୁରତାର ସହ ରୋଜାଲିନଙ୍କ ଭ୍ୟାନିଟି ଖୋଲି ପର୍ସ ନେଇଯାଇଥିଲା। ଏଥିରେ ୨୫ହଜାର ଟଙ୍କା ସହ ଏଟିଏମ କାର୍ଡ, ଆଧାର କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।

By amfnews

Related Post