Sat. Nov 23rd, 2024

ଏସିଆନ୍ ବ୍ୟାଡମିଂଟନରେ ରୌପ୍ୟ ଜିତି ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ରେକର୍ଡ୍

By amfnews Aug 28, 2018 #Featured
193 Views

ଇଣ୍ଡୋନେସିଆ, ଅଗଷ୍ଟ ୨୮:

ଭାରତୀୟ ମହିଳା ବ୍ୟାଡମିଂଟନ ଷ୍ଟାର୍ ପିଭି ସିନ୍ଧୁ ଐତିହାସିକ ମୁକାବିଲାରେ ପରାସ୍ତ ହୋଇଛନ୍ତି । ଚୀନ ଖେଳାଳି ତାଇପେ କି ତାଇ ଜୁ ତାଙ୍କୁ ଏକ ସିଦ୍ଧା ସଟରେ ମାତ୍ ଦେଇଛନ୍ତି । ବିଶ୍ୱର ଏକ ନମ୍ବର ଖେଳାଳିଙ୍କ ସାମ୍ନାରେ ଭାରତର ଝିଅ ୨୧-୧୩, ୨୧-୧୬ରେ ପରାସ୍ତ ହୋଇଛନ୍ତି ।

ପିଭି ସିନ୍ଧୁ ପରାସ୍ତ ହେବା ସହ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ମିଳେଇ ଯାଇଛି । ପରାସ୍ତ ହେବା ପରେ ମଧ୍ୟ ଇତିହାସ ରଚିଛନ୍ତି ପିଭି ସିନ୍ଧୁ । ବ୍ୟାଡମିଂଟନରେ ଏସିଆନ୍ ଗେମରେ ରୌପ୍ୟ ଜିତିଥିବା ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ।

ଗୋଟିଏ ବର୍ଷରେ ତୃତୀୟ ଫାଇନାଲ ହାରିଲେ ସିନ୍ଧୁ

ଅଲମ୍ପିକରେ ରୌପ୍ୟ ଜିତିଥିବା ସିନ୍ଧୁ ଫାଇନାଲରେ ପରାସ୍ତ ହେବା ସହ ସାଇନା ନେହୱାଲ ମଧ୍ୟ ସେମି ଫାଇନାଲରେ ପରାସ୍ତ ହୋଇଛନ୍ତି । ଏହା ପୂର୍ବରୁ ସିନ୍ଧୁ ଗୋଲ୍ଡକୋଷ୍ଟ୍ ରାଷ୍ଟ୍ରମଣ୍ଡଳ ଖେଳରେ ଫାଇନାଲରେ ସାଇନାଙ୍କଠାରୁ ପରାସ୍ତ ହୋଇଥିଲେ । ଏହା ସହ ଇଣ୍ଡିଆ ଓପନ୍ ଫାଇନାଲରେ ବେବେନ ଝାଙ୍ଗଙ୍କ ଠାରୁ ଏବଂ ଥାଇଲାଣ୍ଡ ଓପନରେ ଓକୁହୋରାଙ୍କ ଠାରୁ ସେ ଫାଇନାଲରେ ପରାସ୍ତ ହୋଇଥିଲେ ।

By amfnews

Related Post