Sat. Mar 7th, 2026

ଏଲଏସିରେ ଚୀନର ଗୁଳିବର୍ଷା, ଭାରତୀୟ ସେନାଙ୍କୁ ଉସୁକାଇବାକୁ କରୁଛି ହୀନ ପ୍ରୟାସ

233 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ : ଚୀନ୍ ଗତକାଲି ଲଦାଖରେ ଥିବା ଏଲଏସିରେ ଗୁଳିବର୍ଷା କରିଥିବା ଅଭିଯୋଗ ହେବାରୁ ସ୍ପଷ୍ଟୀକରଣ ଦେଇଛି ଯେ ସେଠାକାର ସ୍ଥିତିରେ ପରିବର୍ତ୍ତନ କରିବାକୁ ଚୀନ ଚେଷ୍ଟା କରିଥିଲା ​ତେଣୁ ସୈନ୍ୟମାନେ ଗୁଳି ଚଳାଇଥିଲା। କେବଳ ସେତିକି ନୁହେଁ ସେ ଭାରତୀୟ ସେନା ସୀମା ଅତିକ୍ରମ କରିଥିବାର ଅଭିଯୋଗ ମଧ୍ୟ କରିଛି ।

ଏହାର ଜବାବରେ ଭାରତୀୟ ସେନା ଏକ ବିବୃତ୍ତି ଜାରି କରିଛି ସେଥିରେ ଉଲ୍ଲେଖ ଯେ, ଭାରତୀୟ ସୈନିକମାନେ ସୀମା ପାର ହୋଇ ନାହାଁନ୍ତି ଏବଂ ଚୀନ୍ ଭାରତୀୟ ସୈନିକମାନଙ୍କୁ ଉତ୍ତେଜିତ କରିବା ପାଇଁ ଏହି ଗୁଳିଚାଳନା କରିଥିଲା।

ଏଲଏସି ଉପରେ ସେନାବାହିନୀକୁ ପ୍ରତ୍ୟାହାର କରିବା ଏବଂ ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ଭାରତ ପ୍ରତିବଦ୍ଧ।  ମାତ୍ର ଚୀନ୍ ଆଗକୁ ସୀମା ପାର କରିବା ପାଇଁ ବିଭିନ୍ନ ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟକଳାପ କରୁଛି। ତେବେ ଭାରତୀୟ ସେନା କୌଣସି ପରିସ୍ଥିତିରେ ଏଲଏସି ଅତିକ୍ରମ କରିନଥିଲେ କିମ୍ବା ସେପରି କୌଣସି ଆପତ୍ତିଜନକ କାର୍ଯ୍ୟ ହୋଇନାହିଁ ।

ସେପ୍ଟେମ୍ବର 7ରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ସୈନ୍ୟମାନେ ଏଲଏସି ଉପରେ ଭାରତୀୟ ସୈନିକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ବୋଲି ସେନା ଜଣାଇଛି । ଯେତେବେଳେ ତାଙ୍କର ସହଯୋଗୀ ସୈନିକମାନେ ତାଙ୍କୁ ଅଟକାଇବାରୁ ସେମାନେ ଭାରତୀୟ ସୈନିକଙ୍କ ଉପରେ ହଠାତ ଗୁଳି ଚଳାଇଥିଲେ  ।

ଭାରତୀୟ ସେନା ଜଣାଇଛି ଯେ ପିଏଲ୍ଏ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି ଏବଂ ଆକ୍ରମଣାତ୍ମକ ଭାବେ ଯୁଦ୍ଧ ପାଇଁ ଉସକାଉଛି । ସାମରିକ, କୂଟନୈତିକ ଏବଂ ରାଜନୈତିକ ସ୍ତରରେ ସେନାକୁ ଘଉଡାଇବା ପାଇଁ ଆଲୋଚନା ଜାରି ରହିଛି। ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ବେ ଆମର ସୈନିକମାନେ ପରିପକ୍ୱ ଏବଂ ଦାୟିତ୍ବପୂର୍ଣ୍ଣ ଆଚରଣ କରିଛନ୍ତି  । ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ। ତଥାପି ଆମେ ମଧ୍ୟ ସମସ୍ତ ମୂଲ୍ୟରେ ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତାତ୍ବ ରକ୍ଷା କରିବାକୁ ସଂକଳ୍ପବଦ୍ଧ  ।

By amfnews

Related Post