ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ମସ୍କୋରେ ଭାରତ ଏବଂ ଚୀନର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଅଢ଼େଇ ଘଣ୍ଟାର ସାକ୍ଷାତକାର ହୋଇଛି । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଚୀନ ସମକକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ବୈଠକ ସମୟରେ ସୀମା ଉପରେ ଦେଖାଯାଇଥିବା ଉତ୍ତେଜନା ନେଇ ୫ ସୂତ୍ରୀ ସହମତି ହୋଇଛି । ଏଥି ସହିତ ଉଭୟ ପକ୍ଷ ଏହାରି ଉପରେ ରାଜି ହୋଇଛନ୍ତି ଯେ, ଆଲୋଚନା ଜାରି ରଖିବେ ଏବଂ ସୈନ୍ୟଙ୍କୁ ହଟାଇବା ଲାଗି ପ୍ରକ୍ରିୟାରେ ତୀବ୍ରତା ଆଣିବେ ।
ସୀମାରେ ଦେଖାଯାଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଶେଷ କରିବା ଏବଂ ସୈନିକଙ୍କୁ ହଟାଇବାକୁ ନେଇ ମସ୍କୋରେ ଗୁରୁବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଚୀନ ସମକକ୍ଷଙ୍କ ମଧ୍ୟରେ ପ୍ରାୟ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବୈଠକ ବସିଥିଲା । ଉଭୟ ଦେଶର ନେତା ଏସସିଓର ବିଦେଶ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ଲାଗି ମସ୍କୋ ଗସ୍ତ କରିଛନ୍ତି । ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଚୀନ ସମକକ୍ଷଙ୍କ ସହିତ ଶାଂଘାଇ ସହଯୋଗ ସଂଗଠନ ଅଧିନରେ ହୋଇଛି ।
ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭେଟ ସମୟରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସହମତି ହୋଇଛନ୍ତି ଯେ, ଭାରତ-ଚୀନ ସଂପର୍କକୁ ବିକଶିତ କରିବାରେ ଉଭୟ ପକ୍ଷର ନେତାଙ୍କ ମଧ୍ୟରେ ଆଲୋଚନା ହେବା ଦରକାର । ମତଭେଦକୁ ବିବାଦର ରୂପ ନ ଦିଆଯିବା ଦରକାର ।
ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ଯୁଗ୍ମ ବୟାନରେ କୁହାଯାଇଛି ଯେ, ଉଭୟ ମନ୍ତ୍ରୀ ଭାରତ-ଚୀନ ସୀମା କ୍ଷେତ୍ର ସହିତ ଭାରତ-ଚୀନ ସଂପର୍କ ଉପରେ ହୋଇଥିବା ଘଟଣାକ୍ରମରେ ସ୍ପଷ୍ଟ ଓ ରଚନାତ୍ମକ ଚର୍ଚ୍ଚା ହୋଇଛି । ବୟାନ ଅନୁସାରେ ଉଭୟ ପକ୍ଷ ଏହାରି ଉପରେ ସହମତି ହୋଇଛନ୍ତି ଯେ, ନିଜ ନିଜ ଭିତରେ ଆଲୋଚନା ଜାରି ରଖିବା ଦରକାର । ଖୁବ ଶୀଘ୍ର ସୈନକଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ଅଛି । ଉପଯୁକ୍ତ ଦୂରତା ରକ୍ଷା କରିବାର ଦରକାର ଅଛି । ଉତ୍ତେଜନା କମ କଲେ ଭଲ ।