Wed. Nov 20th, 2024

ଏଲଏସିରେ ଉତ୍ତେଜନା ନେଇ ଭାରତ ଓ ଚୀନ ସେନା କମାଣ୍ଡର ସ୍ତରରେ ଆଲୋଚନା ଆଜି

By amfnews Sep 2, 2020 #Featured
140 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୧ : ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ନେଇ ଆଜି ପୁଣି ଥରେ ଭାରତ ଓ ଚୀନ ସେନାର ବିଗ୍ରେଡ କମାଣ୍ଡର ସେନାସ୍ତରରେ ଆଲୋଚନା ହେବ । ଏହି ଆଲୋଚନା ଚୁସୁଲ ଠାରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ଏଥିରେ ପୋଙ୍ଗଙ୍ଗର ଦକ୍ଷିଣ ବ୍ୟାଙ୍କ ଉପରେ ଚର୍ଚ୍ଚା ହେବ ।

ସୂଚନାଯୋଗ୍ୟ, ଚୀନ ମଙ୍ଗଳବାର ପୁଣି ଥରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଲଦ୍ଦାଖର ଚୁମାରରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବି ଏହା ବିଫଳ ହୋଇଥିଲା । କାରଣ ଏଲଏସିରେ ଭାରତୀୟ ସେନା ସତର୍କ ରହିଛି ଏବଂ ଶତ୍ରୁ ଉପରେ କଡ଼ା ନଜର ରଖିଛି । ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଚୀନର ସେନା ଅଗଷ୍ଟ ୨୯-୩୦ ରାତି ପୋଙ୍ଗଙ୍ଗ ହ୍ରଦର ଦକ୍ଷିଣାଂଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ସେନା ଏହାର କଡ଼ା ମୁକାବିଲା କରିଥିଲା । ଭାରତୀୟ ସେନା ନିଜର ସୀମାରେ ବଳ ପ୍ରଦର୍ଶନ କରିଥିଲା ।

By amfnews

Related Post