Thu. Nov 28th, 2024

ଏଭିୟାନ ଇନ୍ ଫ୍ଲୁଏଞ୍ଜା ଏଞ୍ଜା ରୋକିବା ପାଇଁ ଆଇଜି ପାର୍କରେ ସତର୍କତା ପଦକ୍ଷେପ

By amfnews Dec 23, 2018 #Featured
242 Views

ରାଉରକେଲା, ୨୩ା୧୨  : ବାୟୁବାହିତ ରୋଗ ରୋକିବା ଲକ୍ଷ୍ୟରେ ଆର୍ଏସ୍ପିର ଇନ୍ଦିରା ଗାନ୍ଧୀ ପାର୍କ ଚିଡିଆଖାନାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଅନୁଯାୟୀ ପାର୍କର ସମ୍ପୂର୍ଣ୍ଣ ଅଞ୍ଚଳରେ ୪.୫% ବିଶିଷ୍ଟ ଫର୍ମାଲଡିହାଇଡ୍ ସଲ୍ୟୁସନ ସ୍ପ୍ରେ କରାଯାଉଛି । ଭିର୍କନ-ଏସ୍ ନାମକ ଏକ ଭୂତାଣୁ ପ୍ରତିରୋଧ ଔଷଧ ପଶୁପକ୍ଷୀ ଏନ୍କ୍ଲୋଜର ମଧ୍ୟରେ ସ୍ପ୍ରେ କରାଯାଉଛି ।

ଏଥିସହ ରାଜ୍ୟ ସରକାରଙ୍କ ପଶୁସମ୍ପଦ ବିଭାଗ ଦ୍ୱାରା ପାର୍କ ଚିଡିଆଖାନାରେ ଥିବା ଭିନ୍ନ ଭିନ୍ନ ପ୍ରଜାତି ପକ୍ଷୀଙ୍କ ଆଭିଏନ୍ ଇନ୍ ଫ୍ଲୁଏଞ୍ଜାଏଞ୍ଜା ଭୂତାଣୁ ପରୀକ୍ଷା ପାଇଁ କ୍ଲୋକାଲ ଓ ଓରାଲ ନମୁନା ସଂଗ୍ରହ କରାଯାଇଛି । ଏହାବ୍ୟତୀତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଇଜି ପାର୍କର ପ୍ରବେଶ ପଥରେ ପରିଦର୍ଶକଙ୍କ ଫୁଟ୍ ବାଥ୍ ପାଇଁ ପୋଟାସିୟମ ପରମଙ୍ଗାନେଟ୍ ସଲ୍ୟୁସନ ପାତ୍ର ରଖାଯାଇଛି । ଚିଡିଆଖାନାର ତତ୍ତ୍ୱାବଧାରକ ପ୍ରବେଶ କରୁଥିବା ପଶୁପକ୍ଷୀ ଇନ୍ ଫ୍ଲୁଏଞ୍ଜାଜର ପ୍ରବେଶ ପଥରେ ମଧ୍ୟ ଏହା ରଖାଯାଇଛି । ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଦିନରାତି ଧ୍ୟାନ ଦିଆଯିବା ସହ ଦିନରେ ୨ ଥର ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି । ପାର୍କ ପରିସରରେ ମଧ୍ୟ ମୁକ୍ତ ବିହଙ୍ଗଙ୍କ ପ୍ରତି ଧ୍ୟାନ ରଖାଯାଉଛି ।

By amfnews

Related Post