117 Views
ନୂଆଦିଲ୍ଲୀ, ନଭେମ୍ବର ୨୫: କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର କହିଛନ୍ତି କି, ମୋଦି ସରକାର ପୂର୍ବ ସରକାରମାନଙ୍କ ଭଳି ମୁଣ୍ଡପୋତି ସହିଯିବା ନିତିକୁ ଆପଣାଇବା ବଦଳରେ ଶସସ୍ତ୍ର ବଳଶାଳୀ ଆତଙ୍କବାଦୀ ଆକ୍ରମଣ ଓ ସୀମା ପାର ସେନାର ଗୋଳାବାରୁଦ ବର୍ଷଣର ଉଚିତ୍ ଜବାବ ଦେବାକୁ ପୂର୍ଣ୍ଣ ସ୍ୱାଧିନତା ଦେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି କି, ଆର୍ଥିକ ମାମଲାରେ ମଧ୍ୟ ଦେଶକୁ ମଜବୁତ କରବାକୁ ଚେଷ୍ଟା କରାଯାଉଛି ।
ସେ କହିଛନ୍ତି କି, ଏବେ ସେ ଦିନ ସରିଯାଇଛି, ଯେବେ ପାକିସ୍ତାନ ସେନା ଯୁଦ୍ଧବିରାମକୁ ଉଲଂଘନ କରି ଆକ୍ରମଣ କରୁଥିଲେ । ଓ ଦେଶର ସରକାର ଧଳା ପତକା ଉଡାଉଥିଲେ । ଏବେର ନିୟମ ଏହା ଯେ ଯଦି ସେପଟୁ ଗୋଟିଏ ଗୁଳି ଫୁଟିବ ତେବେ ଏହାର ଜବାବ ୧୦୦ ଗୁଳିରେ ଦିଆଯିବ ।
ରାଜନାଥ ଶନବାର ଏକ ପ୍ରାଇମେରୀ ଶିକ୍ଷକଙ୍କ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ଆତଙ୍କବାଦ ଏକ ଅନ୍ତରାଷ୍ଟ୍ରୀୟ ସମସ୍ୟା ଅଟେ । ସବୁ ଦେଶ ଏଥିରେ ପିଡୀତ । କିନ୍ତୁ ଆମେ ଆମ ସେନାକୁ ଜଣାଇ ଦେଇଛୁ କି, ଆତଙ୍କବାଦୀ ଆକ୍ରମଣର ବିକଳ୍ପ ବ୍ୟବସ୍ଥା କରିବା ସମୟରେ ଓ ସୀମାରୁ ଗୁଳି ବର୍ଷଣର ଜବାବ ଦେବା ସମୟରେ ସେ ଗୋଳାବାରୁଦ କିମ୍ବା ସଂଶୋଧନର ଚିନ୍ତା କରିବାର ଆବଶ୍ୟକ ନାହିଁ ।