Sat. Mar 7th, 2026

ଏବର୍ଷ ଶୀତ କମ୍‌ ହେବ-ପାଣିପାଗ ବିଶେଷଜ୍ଞ

855 Views

ନୂଆଦିଲ୍ଲୀ : ଏବର୍ଷ ଶୀତ ସ୍ୱାଭାବିକ ଠାରୁ କମ୍‌। ହେବ। ଏଲ ନିନୋ ପ୍ରଭାବ ଯୋଗୁଁଏଥର ଭାରତରେ ଶୀତଋତୁ ଅପେକ୍ଷାକୃତ ସାମାନ୍ୟ ଉଷ୍ମ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମନ କରାଯାଇଛି।

ପୁନେ ପାଣିିିପାଗ କେନ୍ଦ୍ରର ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମୁଖ୍ୟ ତଥା ପାଣିପାଗ ବିଶେଷଜ୍ଞ ଏକେ ଶ୍ରୀବାସ୍ତବ ପୂର୍ବାନୁମାନ କରିଛନ୍ତି ଯେ ଏଲ ନିନୋ ସିଷ୍ଟମ୍‌ ଧୀରେ ଧୀରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା କାରଣରୁ ଜୁନ୍‌ ଶେଷ ସପ୍ତାହରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ତେବେ ଏହି ଏଲ ନିନୋ ଧୀରେଧୀରେ ଆରବସାଗର ଆଡକୁ ଅଗ୍ରସର ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଏଥର ଭାରତରେ ଶୀତଋତୁ ସ୍ୱାଭାବିକ ଠାରୁ ଉଷ୍ମ ରହିବ।

ତେବେ ସ୍ୱାଭାବିକ ଠାରୁ କେତେ ଅଧିକ ତାପମାତ୍ରା ରହିବ ତାହା ଶ୍ରୀବାସ୍ତବ କହି ନ ଥିବା ବେଳେ ଏ ନେଇ ନଭେମ୍ବର ମାସରେ ପୂର୍ବାନୁମାନ କରାଯିବ ବୋଲି ଶ୍ରୀ ଶ୍ରୀବାସ୍ତବ କହିବା ସହିତ ଗତ ବର୍ଷର ସ୍ୱାଭାବିକ ଶୀତ ଋତୁ ଠାରୁ ଏ ବର୍ଷ ଶୀତ ଋତୁ ସାମାନ୍ୟ ଉଷ୍ମ ରହିବ ବୋଲି କହିଛନ୍ତି। ଅନ୍ୟତମ ପାଣିପାଗ ବିଶେଷଜ୍ଞ ଡିଏସ ପାଇ କହିଛନ୍ତି ଯେ ଏଲ ନିନୋ ଏକ ସ୍ୱାଭାବିକ ପ୍ରାକୃତିକ ପ୍ରକ୍ରିୟା।

ଏହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଦାନା ବାନ୍ଧିି ନାହିଁ। ଏହା ଧୀରେ ଧୀରେ ଦାନା ବାନ୍ଧୁଛି। ଥରେ ଏହା ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଗଲା ପରେ ଏହାର ପ୍ରଭାବଭାରତରେ ନଭେମ୍ବର ଓ ଡିସେମ୍ବର ମାସର ଶୀତ ଉପରେ ପଡ଼ିବ ବୋଲି ଶ୍ରୀ ପାଇ ପୂର୍ବାନୁମାଦନ କରିଛନ୍ତି।

By amfnews

Related Post