101 Views
ନୂଆଦିଲ୍ଲୀ, ଡିସେମ୍ବର ୦୬ : ୨୦୧୯ ଏପ୍ରିଲ୍ ମାସରୁ ବିକ୍ରି ପାଇଁ ଉଦ୍ଦିଷ୍ଟ ନୂଆ ଗାଡ଼ିରେ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆର୍ପି) ଲଗାଇବାକୁ ଡିଲର୍ମାନଙ୍କୁ କୁହାଯାଇଛି।
ଡିଲର୍ମାନଙ୍କୁ ଗାଡ଼ି ଯୋଗାଇଦେବା ସମୟରେ ସେଥିସହ ଏଚ୍ଏସ୍ଆର୍ପି ମଧ୍ୟ ଯୋଗାଇ ଦେଇବାକୁ ସଡ଼କ ପରିବହନ ମନ୍ତ୍ରାଳୟ ଅଟୋମୋବାଇଲ୍ ନିର୍ମାତାମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗାଡ଼ି ବିକ୍ରୟ ପୂର୍ବରୁ ଡିଲର୍ମାନେ ସମ୍ପୃକ୍ତ ନମ୍ବର ପ୍ଲେଟ୍ ଉକ୍ତ ଗାଡ଼ିରେ ଲଗାଇଥିବା ବାଧ୍ୟତାମୂଳକ ବୋଲି ମନ୍ତ୍ରାଳୟ କହିଛି।
‘ଏଚ୍ଏସ୍ଆର୍ପି’ର ଗ୍ୟାରେଣ୍ଟି ରହିବ ୫ ବର୍ଷ। ଥରେ ବାହାରକୁ ଆସିବା ପରେ ତୃତୀୟ ରେଜିଷ୍ଟ୍ରେସନ୍ ମାର୍କ ନଷ୍ଟ ହୋଇଯିବ। ଷ୍ଟିକର୍ରେ ଥିବା ରେଜିଷ୍ଟ୍ରେସନ୍ ଅଥରିଟି, ରେଜିଷ୍ଟ୍ରେସନ୍ ନମ୍ବର, ଲେଜର୍-ବ୍ରାଣ୍ଡେଣ୍ଡ୍ ପର୍ମାନେଣ୍ଟ୍ ନମ୍ବର, ଇଞ୍ଜିନ୍ ନମ୍ବର ଏବଂ ଚେସିସ୍ ନମ୍ବର ଗାଡ଼ି ଚୋରି ବିରୋଧରେ ଅଧିକ ସୁରକ୍ଷା ଦେବ।