Sun. Mar 8th, 2026

ଏନ୍‌ଟିଜେ ଆତଙ୍କବାଦୀଙ୍କ ଦ୍ୱିତୀୟ ଗ୍ରୁପ୍‌ ଆଉ ଏକ ବିସ୍ଫୋରଣର ଯୋଜନା କରୁଛନ୍ତି ବୋଲି ଶ୍ରୀଲଙ୍କାକୁ ସୂଚନା ଦେଲେ ଭାରତୀୟ ଅଧିକାରୀ

318 Views

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ହୋଟେଲ୍‌ ଓ ଚର୍ଚରେ ହୋଇଥିବା ବିସ୍ଫୋରଣ ପାଇଁ ଦୋଷୀ ମନାଯାଉଥିବା ଆତଙ୍କବାଦୀ ସଂଗଠନ ନେସ୍‌ନାଲ୍‌ ତୋହିଟ୍‌ ଜମାଥ୍‌(ଏନ୍‌ଟିଜେ)ର ଦ୍ୱିତୀୟ ଗ୍ରୁପ୍‌ ଆଉ ଏକ ବିସ୍ଫୋରଣ କରିବାର ଯୋଜନା କରୁଛି ବୋଲି ଭାରତୀୟ ଅଧିକାରୀ ଶ୍ରୀଲଙ୍କାକୁ ଜଣାଇଥିବା ସୂଚନା ରହିଛି।

ଏହି ଆକ୍ରମଣକୁ ନେଇ ଚାଲିଥିବା ତଦନ୍ତରେ ଭାରତ ଶ୍ରୀଲଙ୍କାକୁ ବୈଷୟିକ ଓ ଗୁଇନ୍ଦା କ୍ଷେତ୍ରରେ ସାହାଯ୍ୟ କରୁଛି। ଶ୍ରୀଲଙ୍କାକୁ ଭାରତ ସମସ୍ତ ପ୍ରକାର ସାହାଯ୍ୟ କରିବ ବୋଲି ବିସ୍ଫୋରଣ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ ଯୋଗେ ଶ୍ରୀଲଙ୍କା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ କହିଥିଲେ।

ଉଲ୍ଲେଖଯୋଗ୍ୟ, ରବିବାର ଶ୍ରୀଲଙ୍କାର କଲମ୍ବୋରେ ପ୍ରଥମେ ୮.୩୦ ସମୟରେ ଏକ ଗୀର୍ଜାରେ ବିସ୍ଫୋରଣ ହୋଇଥିଲା। ପରେ ଲଗାତର କିଛି ସମୟ ଅନ୍ତରରେ ଥରେ ଲେଖାଏ ବିସ୍ଫୋରଣ ଘଟି ସମୁଦାୟ ୨ଟି ଗୀର୍ଜା ଓ ତିନୋଟି ପଞ୍ଚତାରିକା ହୋଟେଲ୍‌ରେ ଅପରାହ୍ନ ସୁଦ୍ଧା ସମୁଦାୟ ୮ ଥର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣେ ୩୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦୦ ଲୋକ ଆହତ ହୋଇଛନ୍ତି।

By amfnews

Related Post