Sun. Nov 24th, 2024

ଏନ୍ଆଇଟି ରାଉରକେଲାରେ ତ୍ରିଦିବସୀୟ ବିପିସିଏଲ୍ ପୁସ୍ତକ ମେଳାର ଆରମ୍ଭ

By amfnews Jan 5, 2019 #Featured
229 Views

ପୁସ୍ତକ ଏତେ ଶକ୍ତିଶାଳୀ ଯେ ଏହା କୌଣସି ମନୁଷ୍ୟର ଜୀବନରେ ପରିବର୍ତନ ଆଣିପାରେ: ଅନିମେଶ ବିଶ୍ୱାସ
ରାଉରକେଲା, ଜାନୁଆରୀ ୦୫  : ଆଜିର ଯୁବପିଢିଙ୍କ ମଧ୍ୟରେ ପୁସ୍ତକ ପ୍ରତି ପ୍ରେମ ବଢାଇବା ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ବିଜୁ ପଟ୍ଟନାୟକ ସେଂଟ୍ରାଲ ଲାଇବ୍ରେରି ତରଫରୁ ୧୦ମ ପୁସ୍ତକ ମେଳାର ଶୁଭାରମ୍ଭ ହୋଇଛି । ଏହି ମେଳାକୁ ଉଦ୍ଘାଟନ କରି ଅନୁଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ କହିଛନ୍ତି, ପୁସ୍ତକର ବହୁ ଗୁରୁପୂର୍ଣ୍ ଭୂମିକା ରହିଛି । ଗୋଟିଏ ବହିର ସାରାଂଶକୁ ପ୍ରତିସ୍ଥାପିତ କରାଯାଇପାରିବ ନାହିଁ । ପୁସ୍ତକପ୍ରେମୀଙ୍କ ପାଇଁ ଏହା ଗୋଟିଏ ସ୍ୱର୍ଣ୍ଣିମ ଅବସର । ଗୋଟିଏ ପୁସ୍ତକ ବହୁତ ଶକ୍ତିଶାଳୀ ।

ଏହା ଯେକୌଣସି ମନୁଷ୍ୟର ଜୀବନରେ ପରିବର୍ତ୍ତନ ଆଣିପାରେ । ମୁଁ ଛାତ୍ରମାନଙ୍କୁ ଉପଦେଶ ଦେବି ଯେ ସେମାନେ କେବଳ ପାଠ୍ୟକ୍ରମ ସହ ଜଡିତ ଥିବା ପୁସ୍ତକ ପଠନ କରିବା ଓ ଅନ୍ୟ ଶିକ୍ଷଣୀୟ ପୁସ୍ତକର ମଧ୍ୟ ଆଦର କରନ୍ତୁ । ମୁଁ ପୁସ୍ତକ ମେଳାର ସଫଳତା କାମନ କରୁଛି ବୋଲି ନର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳସଚିବ ଦାୟିତ୍ୱରେ ଥିବା ପ୍ରଫେସର ସରୋଜ କୁମାର ପଟେଲ ପୁସ୍ତକ ମେଳାର ଟିମ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି ବିଗତ ୧୦ ବର୍ଷ ହେଲା ଦଳ ସଫଳତାର ସହ ପୁସ୍ତକ ମେଳା ଆୟୋଜନ କରିଆସୁଛି । ମୁଁ ଆଶାକରୁଛି ଚଳିତ ବର୍ଷ ମଧ୍ୟ ଏହା ସଫଳ ହେବ ।

ଏହି ପୁସ୍ତକ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁସ୍ତକ ପ୍ରେମ ଜାଗ୍ରତ କରିବ । ମେଳାର ଅଧ୍ୟକ୍ଷ ପ୍ରଫେସର ପି. ମେଟ୍ଟୀ କହିଛନ୍ତି , ଆଜିର ଇଂଟରନେଟ ଯୁଗରେ କୌଣସି ପୁସ୍ତକ ଅନଲାଇନ୍ରେ ଉପଲବ୍ଧ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ବଳରେ ସବୁ ସମ୍ଭବ ହୋଇପାରୁଛି । ମୋବାଇଲରେ ପୁସ୍ତକ ଡାଉନ୍ଲୋଡ୍ କରି ପଢି ହେବ । କିନ୍ତୁ ଆଜି ବି ଗୋଟିଏ ହାର୍ଡ ବୁକର ଭୂମିକା ଅପରିହାର୍ଯ୍ୟ । ଏହା ସବୁବେଳେ ଅତୂଲ୍ୟ ହୋଇ ରହିବ । ପୁସ୍ତକ ମେଳାର ସଚିବ ଡାକ୍ଟର ଭୋଜରାଜୁ ଗୁଂଜଲ ପୁସ୍ତକ ମେଳାରେ ମୋଟ ୨୪ ଜଣ ବିକ୍ରେତା ତଥା ପ୍ରକାଶକ ଭାଗ ନେଇଥିବା ସମ୍ପର୍କରେ ସୂଚନା ଦେବା ସହ ଏହି ପୁସ୍ତକ ମେଳାରେ ଇଂଜିନିୟରିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଫୁଡ ପ୍ରୋସେସିଂ , ମ୍ୟାନେଜମେଂଟ, ଶିଶୁ ପୁସ୍ତକ, ସାହିତ୍ୟ ତଥା ହିନ୍ଦୀ ଭାଷାରେ ବିଭିନ୍ନ ପୁସ୍ତକ ଉପଲବ୍ଧ ହେଉଛି ବୋଲି କହିଥିଲେ । ଆମେ ବିଭିନ୍ନ ସ୍କୁଲ, କଲେଜ ତଥା ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମେଳା ଭ୍ରମଣ ପାଇଁ ଆମନ୍ତ୍ରିତ କରିଛୁ ।

ଆଶା ଏହି ମେଳାରୁ ପୁସ୍ତକପ୍ରେମୀ ଉପକୃତ ହେବେ । ଏହି ଅବସରରେ ବିପିସିଏଲ୍ର ଆସିଷ୍ଟାଂଟ ଲାଇବ୍ରେରିଆନ୍ ଧନ୍ୱନ୍ତରୀ ପ୍ରକାଶ ତ୍ରିପାଠୀଙ୍କ ୨ଟି ପୁସ୍ତକ ଲାଇବ୍ରେରି ଓଟୋମେସନ ଓିଥ୍ ଓପନ ସୋର୍ସ ସଲ୍ୟୁସନ୍-କୋହା ଓ ମ୍ୟାନେଜ ଡାଟା ଓିଥ୍ ଓପନ ସୋର୍ସ କଂଟେଂଟ ମ୍ୟାନେଜମେଂଟ ସିଷ୍ଟମ-ଜୁମ୍ଲାର ବିମୋଚନ ହୋଇଛି । ପ୍ରାରମ୍ଭରେ ପୁସ୍ତକ ମେଳାର ଅଧ୍ୟକ୍ଷ ପ୍ରଫେସର ମେଟ୍ଟୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡାକ୍ଟର ଗୁଂଜଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଚଳିତ ମାସ ୫ ତାରିଖ ଦିନ ଏହି ପୁସ୍ତକ ମେଳାର ସମ୍ପନ୍ନ ହେବ ।

By amfnews

Related Post