Fri. Dec 27th, 2024

ଏନ୍ଆଇଟିରେ ୬୯ତମ ବନ ମହୋତ୍ସବ ଉଦ୍ୟାପିତ

rklsanchar@gmail.com' By J.N. Pradhan Jul 10, 2018 #Featured
162 Views

ରାଉରକେଲା, ୧୦/୭: ଏନ୍ଆଇଟି,  ରାଉରକେଲା ଜଙ୍ଗଲ ବିଭାଗ ଓ ସିଆଇଏସ୍ଏଫ୍ ମିଳିତ ଉଦ୍ୟମରେ ଏନ୍ଆଇଟି ପରିସରରେ ଆୟୋଜିତ ୬୯ତମ ବନ ମହୋତ୍ସବ ଆଜି ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ରାଉରକେଲା ଡିଏଫ୍ଓ ଏସ୍.କେ. ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଡାଇରେକ୍ଟର ଇନ୍ଚାର୍ଜ ପ୍ରଫେସର ଏସ୍. ମେହେର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଅତିଥି ବୃନ୍ଦଙ୍କ ମଧ୍ୟରେ ରେଜିଷ୍ଟ୍ରାର ଏସ୍.କେ. ଉପାଧ୍ୟାୟ, ସିଆଇଏସ୍ଏଫ୍ର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆର୍.ପି. ପାଠକ ଓ ସୁମନ ଦତ୍ତ ପ୍ରମୁଖ ମଞ୍ଚୀସୀନ ଥିଲେ । କାର୍ଯ୍ୟକ୍ରମରେ ଫାକଲଟି, ଅଫିସର, ଷ୍ଟାଫ୍, ଛାତ୍ରଛାତ୍ରୀ ଓ ସିଆଇଏସ୍ଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ରେଜିଷ୍ଟ୍ରାର ଏସ୍.କେ. ଉପାଧ୍ୟାୟ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଡିଏଫ୍ଓ ଓ ସିଆଇଏସ୍ଏଫ୍ ଅଧିକାରୀଙ୍କ ସହଯୋଗରେ ୨୦୦ ଚାରା ରୋପଣ କରାଯାଇଥିଲା ।

ଲଗାଯାଇଥିବା ଗଛଗୁଡିକର ଉପଯୁକ୍ତ ଯତ୍ନ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ଡାଇରେକ୍ଟର ଇନ୍ଚାର୍ଜ ପ୍ରଫେସର ଏସ୍. ମେହେର ବୃକ୍ଷର ଉପକାର ସମ୍ପର୍କରେ ଆଲୋକପାତ କରିବା ସହ ବୃକ୍ଷ ନ ରହିଲେ ମନୁଷ୍ୟ ବଞ୍ôଚପାରିବ ନାହିଁ । ରାଉରକେଲା ଡିଏଫ୍ଓ ଏନ୍ଆଇଟିର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏନ୍ଆଇଟି ପରିସରରେ ୫ ହଜାର ଚାରା ରୋପଣ ପାଇଁ କହିଥିଲେ ।

Related Post