Fri. Jan 17th, 2025

ଏନକାଉଣ୍ଟରରେ ନିହତ ୩ ଲସ୍କର ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ‘ହାଇଦର’ ଫିଲ୍ମର କଳାକାର

By amfnews Dec 14, 2018 #Featured
588 Views

ଶ୍ରୀନଗର, ଡିସେମ୍ବର ୧୪ : ବଲିଉଡର ୨୦୧୩ରେ ଆସିଥିବା ଫିଲ୍ମ ‘ହାଇଦର’ରେ ରୂପେଲି ପରଦାରେ ଜମ୍ମୁ କଶ୍ମୀରର ବିଭିନ୍ନ ସମସ୍ୟାକୁ ସମାଜ ଆଗରେ ଉପସ୍ଥାପନା କରାଯାଇଥିଲା । ମାତ୍ର ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣେ ଯୁବକକୁ ସୁରକ୍ଷାବାହିନୀର ଯବାନମାନେ ଗତ ରବିବାର ଏନକାଉଣ୍ଟରରେ ନିହତ କରିଥିବା ଜାତୀୟ ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ଗତ ରବିବାର ଶ୍ରୀନଗରରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତଇବା’ଙ୍କ ଉପରକୁ ଏନକାଉଣ୍ଟର କରିଥିଲେ । ଏହି ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୭ ବର୍ଷିଅ ସାକିବ ଇକବାଲ ମଧ୍ୟ ସାମିଲ ଥିଲା, ଯିଏ କି ହାଇଦର ଫିଲ୍ମରେ ଅଭିନୟ କରିଥିଲା ।

ବିଶ୍ୱାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାକିବ ଇକବାଲ ୨ଟି ଦୃଶ୍ୟରେ ଦେଖାଯାଇଥିଲେ । ଏଥିପାଇଁ ସାକିବକୁ ୧୪୦୦ ଟଙ୍କା ପାରିଶ୍ରମିକ ମିଳିଥିଲା । ସାକିବଙ୍କ ମାମୁଁ ଅଜାଜ ପାର୍ରେ କହିଛନ୍ତି, ବିଶାଲ ଭରଦ୍ୱାଜଙ୍କ ପାଇଁ କଶ୍ମୀରକୁ ଅର୍ଡିନେଟର୍ସକୁ ଯେଉଁ ଚକଲେଟ ବୟ ଦରକାର ଥିଲା, ସେ ହେଉଛି ସାକିବ ।

ପାର୍ରେ କହିଛନ୍ତି, ନିଜର ୧୩ ବର୍ଷର ଭଣଜାକୁ ନେଇ ସେ ସୁଟିଂଗ ପାଇଁ ଯାଇଥିଲେ । ବର୍ଷ ୨୦୧୩ ଡିସେମ୍ବରରେ ସୁଟିଂ ପାଇଁ ସେ ଏକ କ୍ୟାବରେ କିଛି ପିଲାଙ୍କୁ ନେଇ ଲେକ ଭ୍ୟୁ ହୋଟେଲରେ ପହଂଚିଥିଲେ । କଶ୍ମୀର ନିର୍ବାଚନ ସିନରେ ସେ ଦେଖାଯାଇଥିଲା । ପୁତ୍ରହରା ବିଲାଲ ଅହମଦ ଶେଖ କୁହନ୍ତି, ତାଙ୍କର ପୁଅ ଦେଖିବାକୁ ସୁନ୍ଦର ଥିଲା ଏବଂ ଜଣେ ଭଲ ଛାତ୍ର ଥିଲା । ମଂଚ କଳାକାର ହେବାକୁ ରୁଚି ରଖିଥିଲା ।

By amfnews

Related Post