Sun. Mar 8th, 2026

ଏଥର ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ସାଂସଦଙ୍କ ପରିବାରର ସଦସ୍ୟଙ୍କୁ ମିଳିବନି ବିଜେପି ଟିକେଟ !

218 Views

ନୂଆଦିଲ୍ଲୀ  : ବିଜେପି ପକ୍ଷରୁ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଏକ ନୀତି ନିର୍ଦ୍ଧାରିତ ହୋଇଥିବା ଜଣାଯାଇଚି। ତାହା ଅନୁଯାୟୀ ଦଳର ସାଂସଦଙ୍କ ପରିବାରରୁ କାହାକୁ ବି ଟିକେଟ ଦିଆଯିବ ନାହିଁ। ସୂଚନା ଅନୁସାରେ ଦଳର ହାଇକମାଣ୍ଡ ଏସଂପର୍କରେ ରାଜ୍ୟ ଶାଖାକୁ ସୂଚିତ କରିଛନ୍ତି ଏବଂ କୌଣସି ସାଂସଦଙ୍କ ପରିବାରର ସଦସ୍ୟଙ୍କ ନାମ ନ ପଠାଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବର୍ତ୍ତମାନର ବିଧାୟକ ହୋଇଥିବା କାରଣରୁ କେବଳ ହିସାର ସାଂସଦ ଦବିଜେନ୍ଦର ସିଂହଙ୍କ ମା’ ପ୍ରେମଲତା ସିଂହଙ୍କ ନାମ ଏହି ତାଲିକାରେ ରହିଥିବା କୁହାଯାଉଛି। ପ୍ରେମଲତା ସିଂ ହିସାରର ଏବେ ବିଧାୟକ ଅଛନ୍ତି ଯିଏକି ଗତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ପରାଜିତ କରିଥିଲେ।

ହରିୟାଣା ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା କହିଛନ୍ତି ଯେ,ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ହେଲେ ବି ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ତାହା ଅନୁଯାୟୀ କୌଣସି ସାଂସଦଙ୍କ ପରିବାରର ସଦସ୍ୟଙ୍କ ନାମ ସୁପାରିସ କରାଯାଉନାହିଁ।

By amfnews

Related Post