Wed. Nov 6th, 2024

ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

By amfnews Jan 22, 2021 #Featured
142 Views

ଭୁବନେଶ୍ୱର, ଜାନୁଆରୀ 22 : ଚଳିତ ବର୍ଷ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  । ଆଉ ଅନ୍ୟ ସ୍କୁଲକୁ ଯିବାକୁ ପଡିବନି  । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଏହି ସୂଚନା ଦିଆଯାଇଛି  ।

ମିଳିଥିବା ସୂଚନାନୁସାରେ, କିଛି ଦିନ ତଳେ ଦଶମ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଛି  । ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେଲେ ବି ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ  ।  ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ  । କେବଳ ଏତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି  ।  ଛାତ୍ରଛାତ୍ରୀମାନେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟାର ପରୀକ୍ଷା ଦେବେ । କରୋନାକୁ ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତେବେ କରୋନା ଯୋଗୁଁ ଯେଭଳି ଛାତ୍ରଛାତ୍ରୀ ଅସୁବିଧା ନ ଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି  ।

By amfnews

Related Post