Sat. Jan 11th, 2025

ଏଚ-୧ବି ଭିସା କୋହଳ ହେବା ନେଇ ଘୋଷଣା କଲା ଟ୍ରମ୍ପ ପ୍ରଶାସନ

By amfnews Aug 13, 2020 #Featured
223 Views

ୱାଶିଂଟନ, ଅଗଷ୍ଟ ୧୩  : ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସାର କିଛି ନିୟମକୁ କୋହଳ କରିବା ନେଇ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିରେ ଭିସାଧାରକଙ୍କୁ ଆମେରିକାରେ ପ୍ରବେଶ କରିବା ଲାଗି ଅନୁମତି ମିଳିବ । ବିଶେଷ ଭାବେ ସେହି ଲୋକଙ୍କୁ ଏଥିରୁ ଲାଭ ହେବ, ଯେଉଁମାନେ ଭିସା କଟକଣା କାରଣରୁ ଚାକିରି ଛାଡ଼ି ଯାଇଥିଲେ । ଯଦି ସେମାନେ ତାଙ୍କର ମୂଳ ଚାକିରିକୁ ଫେରିବାକୁ ଚାହାନ୍ତି, ଏହି କୋହଳରୁ ଲାଭ ହେବ । ଆମେରିକା ବିଦେଶ ମନ୍ତ୍ରାଳୟର ପରାମର୍ଶଦାତା କହିଛନ୍ତି, ଏଥିରେ ପ୍ରାଇମେରୀ ଭିସାଧାରକଙ୍କ ପତ୍ନୀ ଏବଂ ତାଙ୍କର ସନ୍ତାନଙ୍କୁ ମଧ୍ୟ ସାଥୀରେ ଯାତ୍ରା ପାଇଁ ଅନୁମତି ମିଳିବ ।

ଆମେରିକାର ରାଜ୍ୟ ବିଭାଗର ପରାମର୍ଶଦାତା ଗଣମାଧ୍ୟମକୁ କହିଛନ୍ତି, ଯେଉଁ ଆବେଦନକାରୀ ନିଜର ପ୍ରଥମ କଂପାନୀରେ ଚାକିରିରେ ଆବେଦନ କରିବେ ଏଚ-୧ବି ଭିସା କିଛି ସର୍ତ୍ତରେ ତାଙ୍କୁ ଲାଭ ମିଳିପାରେ । ପ୍ରଶାସନ ଟେକନିକ ବିଶେଷଜ୍ଞ, ବରିଷ୍ଠ ସ୍ତରୀୟ ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଯାତ୍ରା ଅନୁମତି ଦେଇଛି, ଯାହାକି ଏଚ-୧ବି ଭିସା ରଖିଥାନ୍ତି । କେବଳ ସେତିକି ନୁହେଁ, ଆମେରିକାର ତୁରନ୍ତ ଏବଂ ନିରନ୍ତର ଆର୍ଥିକ ସଂଶୋଧନ ଲାଗି ମଧ୍ୟ ଏହା ଏବେ ଜରୁରୀ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଜୁନ ୨୨ ତାରିଖରେ ଏଚ୧-ବି ଭିସା ନିଲମ୍ବିତ କରିବାକୁ  ଘୋଷଣା କରିଥିଲେ । ଏହା ଦ୍ୱାରା ଭାରତ ସମେତ ବିଶ୍ୱର ଆଇଟି କର୍ମଜୀବୀଙ୍କୁ ବଡ଼ ଝଟକା ଲାଗିଥିଲା ଅନୁମାନ କରାଯାଉଥିଲା । ଏବେ ଆମେରିକା ପ୍ରଶାସନ ଭିସା କଟକଣାକୁ ବିକଳ୍ପ କରି ଦେଇଛି । ଏହା ଦ୍ୱାରା ଏଚ-୧ବି ଭିସା ଧାରକଙ୍କୁ କିଛି ସର୍ତ୍ତ ଉପରେ ଆମେରିକାରେ ପ୍ରବେଶ କରିବାର ଅନୁମତି ମିଳିପାରିବ ।

By amfnews

Related Post