Sun. Mar 8th, 2026

ଏକ୍‌ସପ୍ରେସ ଟେନ୍‌ ରହଣି ଦାବିରେ ରେଳରୋକ, ଅଟକିଲା, ଡିଏମୟୁ, ପୁରୀ- ଗାନ୍ଧୀଧାମ ଏକ୍ସପ୍ରେସ

308 Views

ନୂଆପଡ଼ା, ୨୦/୧୧ : ଜିଲ୍ଲା ସଦର ମହକୁମା ହୋଇଥିବା ସତ୍ତ୍ୱେ କୌଣସି ଏକ୍ସପ୍ରେସ ଟ୍ରେନ୍‌ ରହୁ ନ ଥିବା ପ୍ରତିବାଦରେ ଆଜି ନୂଆପଡ଼ା ଠାରେ ରେଳରୋକ କରାଯାଇଛିି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦିଆଯାଥିବା ଏହି ରେଳରୋକ ଡାକରାରେ ଦଳମତ ନିର୍ବିଶେଷରେ ସମସ୍ତ ଦଳ, ସହିତ ବଣିକ ସଂଘ, ବସମାଲିକ ସଂଘ ସାମିଲ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଠାରେ କୌଣସି ଏକ୍ସପ୍ରେସ ଟ୍ରେନ୍‌୍‍ ଅଟକୁ ନ ଥିବା ପ୍ରତିବାଦରେ ଗତକାଲି ଜିଲ୍ଲା ଓକିଲ ସଂଘର ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ନୂଆପଡ଼ା ଠାରେ ରେଳରୋକ କରିବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ଆଜି ସକାଳେ ଓକିଲ ସଂଘର କର୍ମକର୍ତ୍ତାମାନେ ନୂଆପଡ଼ା ରେଳ ଷ୍ଟେସନ୍‍ ଠାରେ ରେଳରୋକ କରିବା ସହିତ ଏଥିରେ ସାମିଲ ହେବାକୁ ସମସ୍ତ ରାଜନୈତିକ ଦଳ,ସହିତ ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରିଥିଲେ।

ଏହି କ୍ରମରେ ଆଜି ସକାଳ ୬ଟା ବେଳେ ପ୍ରଥମେ ଆନ୍ଦୋଳନକାରୀମାନେ ଡିଏମୟୁ ଟ୍ରେନ୍‌କୁ ଅଟକାଇଥିଲେ। ପରେ ପରେ କେତେକ ମାଲଗାଡ଼ି ଅଟକାଇବା ସହିତ ପୁରୀ- ଗାନ୍ଧୀଧାମ ଏକ୍‌ସପ୍ରେସ ଟ୍ରେନକୁ ମଧ୍ୟ ଅଟକାଇଛନ୍ତି। ଖବରପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରୁଛନ୍ତି। ମାତ୍ର ଏକ୍‌ସପ୍ରେସ ଟ୍ରେନ୍‌ର ରହଣୀ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ରେଳ ରୋକ ଜାରି ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

By amfnews

Related Post