Fri. Mar 6th, 2026

ଏକାଧିକ ପ୍ୟାନ୍‌ କାର୍ଡ ରଖିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆୟକର ବିଭାଗ

196 Views

ନୂଆଦିଲ୍ଲୀ: ଆଗାମୀ ମାର୍ଚ ୩୧ ତାରିଖ ସୁଦ୍ଧା ଆଧାର ନମ୍ବର ସହିତ ପ୍ୟାନ୍‌ ସଂଯୋଗ ନକରାଇଲେ ପ୍ରାୟ ୧୮୦ ନିୟୁତରୁ ଅଧିକ ସ୍ଥାୟୀ ପ୍ୟାନ୍‌ ଆକାଉଣ୍ଟ୍‌ ଅକାମୀ ହୋଇଯାଇପାରେ ବୋଲି ଆୟକର(ଆଇଟି) ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଛଡ଼ା ଏକାଧିକ ପ୍ୟାନ୍ କାର୍ଡ ରଖିଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଉପୁଜିପାରେ। ଏକାଧିକ ପ୍ୟାନ୍‌ କାର୍ଡ ରଖିଥିବା ବ୍ୟବହାରକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ଅଲଗା ଅଲଗା ପ୍ୟାନ୍‌ କାର୍ଡ ବ୍ୟବହାର କରି ବଡ଼ ଧରଣର ନେଣଦେଣ କରି ଟିକସ ଫାଙ୍କୁଥିବା ଠକମାନଙ୍କୁ ଟର୍ଗେଟ କରିଛି ଆୟକର ବିଭାଗ ।  ଅୟସଆରାମ ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ମଧ୍ୟ ସରକାରଙ୍କୁ କର ଫାଙ୍କୁଥିବା ଅସାଧୁ ଲୋକଙ୍କୁ ଧରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜୁନ୍‌ ମାସ ସୁଦ୍ଧା ଦେଶରେ ୫୦.୯୫ କୋଟି ପ୍ୟାନ୍‌ କାର୍ଡଧାରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୬.୪୮ କୋଟି ଲୋକ ଆୟକର ରିଟର୍ଣ୍ଣ ଭରିଥିଲେ। ଆଇଟି ଅଧିକାରୀଙ୍କ କହିବା ମୁତାବକ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି କମ୍‌ କର ଦେବା ପାଇଁ ଅଲଗା ପ୍ୟାନ୍‌ ବ୍ୟବହାର କରି ବଡ଼ ଧରଣ ନେଣଦେଣ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ଆୟ କରକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ସେ ତାଙ୍କ ଭାଷଣରେ କହିଥିଲେ କି ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ କେବଳ ୧.୫ କୋଟି ଲୋକ କର ଭରୁଛନ୍ତି।

By amfnews

Related Post