Sun. Mar 8th, 2026

ଏକତରଫା ପ୍ରେମ : ଆଖି ବୁଜିଲେ ପୀଡ଼ିତା

154 Views

କୋରାପୁଟ : ଏକତରଫା ପ୍ରେମ‌ରେ ବିଫଳ ହେବା ପରେ ଜଣେ ଛାତ୍ରୀଙ୍କୁ ଜାଳି ମାରି ଦେଇଛି ପ୍ରେମିକ। ଶରୀରର ଅର୍ଧାଧିକ ଭାଗ ଜଳିଯିବା ପରେ ଛାତ୍ରୀ ଜଣଙ୍କ ପାଖାପାଖି ୧୦ଦିନ ଧରି ଯନ୍ତ୍ରଣାରେ ମୃତ୍ୟୁ ସହ ଯୁଝି ଯୁଝି ଆଜି ହାରି ଯାଇଛନ୍ତି।

କୋରାପୁଟ ଜିଲ୍ଲା ସେମିଳିଗୁଡା ସହରର ଏକ ଘରୋଇ କଲେଜର ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ୩୧ ତାରିଖରେ ନିଆଁ ଲଗାଇ ଜାଳି ‌ଦେଇଥିଲେ। ପ୍ରେମ ନିବେଦନ କରି ବିଫଳ ହେବା ପରେ ଏମିତି ନିର୍ମମ କାଣ୍ଡ ସେ ଭିଆଇଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା। ଅବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ପଠା ଯାଇଥିଲା। ତଥାପି ଅବସ୍ଥାରେ ସୁଧାର ନ ଆସିବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରେ ତାଙ୍କର ମୃତ୍ୟୁ ହୋଇଛି। ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ ନେଇ ସେମିଳିଗୁଡା ଥାନା ପୁଲିସ ଏକ ମାମଲା କରି ତଦନ୍ତ କରୁଥିଲା। ଏବେ ଏହା ହତ୍ୟା ମାମଲାରେ ପରିଣତ ହୋଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଏ ଭିତରେ ଅଦାଲତରେ ଆତ୍ମ ସମର୍ପଣ କରିସାରିଛି। ପୁଲିସ ପକ୍ଷରୁ ତାକୁ ଦୁଇଦିନିଆ ରିମାଣ୍ଡରେ ନିଆଯିବ ବୋଲି ଜଣାପଡିଛି।

By amfnews

Related Post