Sat. Mar 7th, 2026

ଏଏନ୍‌-୩୨ ଦୁର୍ଘଟଣାସ୍ଥଳରେ ଅଟକି ରହିଛନ୍ତି ଉଦ୍ଧାରକାରୀ ଦଳ; ବିମାନରୁ ଫିଙ୍ଗାଯାଉଛି ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ

220 Views

ନୂଆଦିଲ୍ଲୀ : ଜୁନ୍‌ ୧୨ ତାରିଖ ଦିନ ଅରୁଣାଚଳ ପ୍ରଦେଶରେ ବାୟୁସେନା ବିମାନ ଏଏନ୍‌ -୩୨ ଦୁର୍ଘଟଣାସ୍ଥଳକୁ ଏୟାର୍‌ଡ୍ରପ୍‌ ହୋଇଥିବା ୧୨ ଜଣିଆ ଉଦ୍ଧାରକାରୀ ଦଳ ଏ ପର୍ଯ୍ୟନ୍ତ ସେଠାରେ ଅଟକି ରହିଛନ୍ତି। ସେମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିମାନ ଯୋଗେ ପକାଇ ଦିଆଯାଉଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ପ୍ରତିକୂଳ ପାଗ ଏବଂ ପାର୍ବତ୍ୟଭୂମି ସେମାନଙ୍କୁ ବିମାନ ଯୋଗେ ପୁଣି ଉପରକୁ ଉଠାଇ ଆଣିବାରେ ବାଧା ଦେଉଛି।

ଶିଲଙ୍ଗ୍‌ର ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ଓ୍ଵିଙ୍ଗ୍‌ କମାଣ୍ଡର୍‌ ରତ୍ନାକର ସିଂହ କହନ୍ତି: ଆମେ ସେମାନଙ୍କ ସହ ଯୋଗାଯୋଗ କରୁଛି ଏବଂ ଯଥାଶୀଘ୍ର ସମ୍ଭବ ସେମାନଙ୍କୁ ଉଦ୍ଧାର କରାଯିବ। ଗତ ୧୮ ଦିନ ହେବ ଉଦ୍ଧାରକାରୀ ଦଳ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୨, ୦୦୦ ଫୁଟ୍‌ ଉପରେ ଅଟକି ରହିଛନ୍ତି। ରବିବାର ଦିନ ସେଠାରେ ପାଗ ପରିବର୍ତ୍ତନ ଏବଂ ଉନ୍ନତି ଘଟିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

By amfnews

Related Post