Thu. Nov 14th, 2024

ଏଆଇୟୁଟିୟୁସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ମିଳିତ ଆହ୍ୱାନରେ ୮-୯ ଜାନୁୟାରୀ ସାଧାରଣ ଧର୍ମଘଟ ସଫଳ

By amfnews Jan 11, 2019 #Featured
140 Views

ରାଉରକେଲା, ୧୧ା୧  : ଏଆଇୟୁଟିୟୁସି ସମେତ ମିଳିତ ଟ୍ରେଡ୍ ୟୁନିୟନର ଆହ୍ୱାନରେ ୮-୯ ଜାନୁୟାରୀ ଦେଶବ୍ୟାପି ସାଧାରଣ ଧର୍ମଘଟ ସୁନ୍ଦରଗଡ ଜିଲାରେ ସଫଳ ହୋଇଥିବାରୁ ଏଆଇୟୁଟିୟୁସି ତରଫରୁ ସମସ୍ତ ବର୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଶ୍ରମ ଆଇନ୍ ସଂଶୋଧନ ସମ୍ପୂର୍ଣ୍ଣ ବାତିଲ୍ କରିବା, ଇସ୍ପାତ ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା ଏନ୍ଜେସିଏସ୍ ଅବିଳମ୍ବେ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ରୋକିବା, ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା କରିବା, ନୂତନ ପେନ୍ସନ ସ୍କିମ୍ ବାତିଲ୍ କରି ମାସିକ ୬ ହଜାର ଟଙ୍କା ପେନ୍ସନ ଦେବା, ସ୍ଥାୟୀ କାମରେ ଠିକା ଶ୍ରମିକ ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବୀମା, ବ୍ୟାଙ୍କ, ପ୍ରତିରକ୍ଷା, ରେଳ ଓ ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ବନ୍ଦ କରିବା ଆଦି ୧୨ ଦଫା ଦାବିରେ ଏହି ଧର୍ମଘଟକୁ ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ସଫଳ କରିଥିବାରୁ ବିଶିଷ୍ଟ ଶ୍ରମିକନେତା ଆର୍ଡବ୍ଲ୍ୟୁୟୁ ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ସହସାଧାରଣ ସମ୍ପାଦକ ଅଜିତ ନାୟକ, ଜି.ଏନ୍. ତ୍ରିପାଠୀ, ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, ବିଜୟ ସାହୁ, ଶଙ୍କର ପାତ୍ର, ବିରେନ ନାୟକ, ସୁବାଷ ଦଣ୍ଡପାଟ, ବିଦ୍ୟୁତ୍ ମହନ୍ତ, ଶେଖ ଇସଲାମ, ଆଲୋକ ବେହେରା, ଗଣେଶ ବେହେରା, ଧୋବେଇ ବେହେରା, ଗୁରୁମୋହନ ସିଂ, ସୀମାଞ୍ଚଳ ବେହେରା, ସୁଶୀଲ ବାରିକ ପ୍ରମୁଖ ସଂଗ୍ରାମୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ରାଜଗାଙ୍ଗପୁର, କୁତ୍ରା, ବାମ୍ରା, ବଣେଇ ଓ ବିଶ୍ରାରେ ମଧ୍ୟ ଅନୁରୂପ ସଫଳ ହୋଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଏକ ପ୍ରେସ୍ ବିବୃତିରେ ସ୍ୱାଧୀନତାର ୭୧ ବର୍ଷ ମଧ୍ୟରେ କେନ୍ଦ୍ରରେ ବିଭିନ୍ନ ସମୟରେ ସରକାର ବଦଳିଛି କିନ୍ତୁ ସାଧାରଣ ମଣିଷ ଜୀବନରେ କୌଣସି ମୌଳିକ ପରିବର୍ତ୍ତନ ହୋଇନାହିଁ । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଅତୀତର ସମସ୍ତ ଜନବିରୋଧି ପଦକ୍ଷେପକୁ ଟପି ଯାଇଛି । ଅପରପକ୍ଷରେ ବିମୁଦ୍ରୀକରଣ, ଜିଏସ୍ଟି ଭଳି ଜନବିରୋଧି ପଦକ୍ଷେପ ଗ୍ରହଣ କରି ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀଙ୍କୁ ଛଟେଇ କରିଛି । ସରକାରୀ ଯୋଜନାକୁ ନିଷ୍ଠାର ସହ ରୂପାୟନ କରୁଥିବା ପାଚିକା, ଆଶା, ଅଙ୍ଗନୱାଡି, ସ୍ୱାବଲମ୍ବୀ କାରିଗରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ନ ଦେବା ପ୍ରତିବାଦରେ ଏହି ଦେଶବ୍ୟାପି ସାଧାରଣ ଧର୍ମଘଟ ଅଦ୍ଭୂତପୂର୍ବ ସଫଳତା ତାର ପ୍ରମାଣ । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅଲଇଣ୍ଡିଆ ୟୁଟିୟୁସି ଆହ୍ୱାନ ଦେଇଛି ।

By amfnews

Related Post