133 Views
ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦିଲ୍ଲୀରେ ଚାଲିଛି କଂଗ୍ରେସର ମାରାଥନ ବୈଠକ । ପୁଣି ଥରେ କ୍ଷମତାକୁ ଫେରିବା ଲାଗି ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରସ୍ତୁତ କରୁଛି ରଣନୀତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଂଜନ କହିଛନ୍ତି, ଫେବ୍ରୁୟାରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ ।
ପ୍ରାଥମିକ ସ୍ତରରେ କଂଗ୍ରେସ କିଭଳି ଗ୍ରହଣୀୟ ହୋଇପାରିବ ସେ ଦିଗରେ କାମ କରିବାକୁ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି କହିଛନ୍ତି ଯେ ରାହୁଲଙ୍କ ନିଷ୍ପତିକୁ ସେ ସ୍ୱାଗତ କରୁଛନ୍ତି ।