Mon. Mar 9th, 2026

ଏଆଇଟିୟୁସିର ସର୍ବଭାରତୀୟ କନ୍ ଭେନ୍ ସନ

257 Views

ରାଉରକେଲା, ୨୪ା୧୨  : ରାଉରକେଲା ଠାରେ ଏଆଇଟିୟୁସିର ସର୍ବଭାରତୀୟ କନ୍ଭେନ୍ସନରେ ଆଗାମୀ ଜାନୁଆରୀ ୮ ଓ ୯ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି । ସେକ୍ଟର-୫ ଆର୍ଶୀବାଦ ମଣ୍ଡପରେ ଏଆଇଟିୟୁସି ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ରାଉରକେଲା ଷ୍ଟିଲ୍ ମଜଦୁର ୟୁନିଅନ, ରାଉରକେଲା ଶ୍ରମିକ ପଞ୍ଚାୟତ, ଲାଠିକଟା ମଜଦୁର ୟୁନିଅନ, କାଂଶବହାଲ ମଜଦୁର ପଞ୍ଚାୟତ ପ୍ରମୁଖ ମିଳିତ କନ୍ଭେନସନ ଧର୍ମଘଟକୁ ବିପୁଳ ସଫଳତା ଦେବା ପାଇଁ ଆହ୍ୱାନ ଜଣାଇଥିଲେ ।

ଜାତୀୟ ଉପସଭାପତି ଡି.ଆଦିନାରାୟଣ, ଜାତୀୟ ସମ୍ପାଦକ ବିଦ୍ୟାସାଗର ଗିରି, ଜିଲ୍ଲା ସଭାପତି ପଶୁପତିନାଥ ଚାଟାର୍ଜୀ, ଷ୍ଟିଲ ମଜଦୁର ୟୁନିଅନ ସାଧାରଣ ସମ୍ପାଦକ ପ୍ରଭାତ ମିଶ୍ର, ରାଉରକେଲା ଶ୍ରମିକ ପଞ୍ଚାୟତ ସଭାପତି ପ୍ରଫୁଲ ନନ୍ଦ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତିର ପ୍ରତିବାଦାରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ଜାତୀୟ ସଭାପତି ଓ ଶ୍ରମିକ ନେତୃବୃନ୍ଦଙ୍କୁ ସଭା ମଧ୍ୟକୁ ପାଛୋଟି ଆଣିଥିଲେ । ଏହି ଅବସରରେ ଅଲ୍ ଇଣ୍ଡିଆ ଷ୍ଟିଲ୍ ୱାର୍କସ ଫେଡେରେସନ୍ର ସାଧାରଣ ସମ୍ପାଦକ ଡି. ଆଦିନାରାୟଣ ଇସ୍ପାତ ଶ୍ରମିକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ତୁରନ୍ତ ମଜୁରୀ ଚୁକ୍ତିନାମା, ପେନ୍ସନ୍ ଓ କ୍ୱାର୍ଟର ଲିଜ୍ ସମେତ ଡିପ୍ଲୋମା ଇଞ୍ଜିନିୟରଙ୍କୁ ଜୁନିଅର ଇଞ୍ଜିନିୟର ପାହ୍ୟା ପ୍ରଦାନ, କର୍ମଚାରୀଙ୍କ ଗ୍ରେଡ଼େସନ ଆଦି ସ୍ଥାନ ପାଇଥିଲା । ବୈଠକରେ ଏନ୍ଜେସିଏସ୍ ସଦସ୍ୟ ବିନୋଦ ସୋନି, ଫେଡ଼େରେସନ ଉପସଭାପତି ପ୍ରଭାତ ମିଶ୍ର, ସାଧାରଣ ସମ୍ପାଦକ ରାମାଶ୍ରୟ ସିଂ ଓ ଅନ୍ୟ ନେତୃବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏସ୍. ସି. କର, ଅଶୋକ ଦାସ, କୈଳାସ ନାୟକ, ଅକ୍ଷୟ ପଣ୍ଡା, ନୀଳମାଧବ ସାହୁ, କ୍ଷେତ୍ରମୋହନ ମସାନ୍ତ, ପଞ୍ଚାନନ ସୁନା, ଅକ୍ଷୟ ସାମଲ, ସୁବାସ ମହାପାତ୍ର, ବିନୟ ତନ୍ତୀ, ଜାଫର ଅଞ୍ଜୁମ, ରମେଶ ସେଠୀ, ଏମ୍.କେ. ବେଗ, କୃତିବାସ ନାୟକ, ଚନ୍ଦ୍ରମଣି ମାଝି, ପ୍ରଦୀପ ଲାକ୍ରା, ମହେଶ ଦୀପ, କାର୍ତ୍ତିକ ନାୟକ, ଅରୁଣ ଭୋଇ ପ୍ରମୁଖ ବୈଠକ ପରିଚାଳନା କରିଥିଲେ । ଏହି ଅବସରରେ ଏଆଇଟିୟୁସି ଜାତୀୟ ସଭାପତି ରମେନ୍ଦ୍ର କୁମାର କେନ୍ଦ୍ର ସରକାର ଶ୍ରମ ଆଇନ୍ ସଂଶୋଧନ ଆଳରେ ମାଲିକମାନଙ୍କ ସପକ୍ଷରେ କରୁଥିବା ପ୍ରତିବାଦ ତଥା ୧୨ ଦଫା ଦାବି ନେଇ ଜାନୁଆରୀ ୮ ଓ ୯ ତାରିଖ ଦିନ ଧର୍ମଘଟ କେନ୍ଦ୍ର ସରକାରଙ୍କ ପାଇଁ ଚେତାବନୀ ଦେଇଥିଲେ ।

By amfnews

Related Post