Sat. Mar 7th, 2026

ଋଣ ଛାଡ଼ କରିବା ବେଳେ ବ୍ୟାଙ୍କ୍‌ ବକେୟା ପୈଠ କରିବାକୁ ରାଜ୍ୟମାନଙ୍କୁ କହିଲା ନାବାର୍ଡ

224 Views

ନୂଆଦିଲ୍ଲୀ, ଡିସେମ୍ବର ୨୪ : କୃଷି ଋଣ ଛାଡ଼ ପ୍ରସଙ୍ଗ ଯୋର୍‌ ଧରିଥିବା ବେଳେ ଆର୍ଥିକ ସଂସ୍ଥାନ ନାବାର୍ଡ ରାଜ୍ୟ ସରକାରମାନଙ୍କୁ ଉପଦେଶ ଦେଇ ଲେଖିଛି କି, କ୍ରେଡିଟ୍‌ ସାଇକ୍ଲ୍‌ରେ ବିଭ୍ରାଟ ନ ହେବାକୁ ସେମାନେ ଋଣଛାଡ଼ କରିବା କ୍ଷଣି ବ୍ୟାଙ୍କ୍‌ଗୁଡ଼ିକର ବକେୟା ପୈଠ କରନ୍ତୁ।

ସରକାରଙ୍କ ଘୋଷଣା ଅନୁଯାୟୀ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ କେତେକ ବ୍ୟାଙ୍କ୍‌ ଋଣ ଛାଡ଼ କରି ସାରିଥିବା ସତ୍ତ୍ୱେ ସେମାନଙ୍କ ବକେୟା ଅର୍ଥ ପଡ଼ିରହିଥିବାରୁ ନାବାର୍ଡ ତରଫରୁ ଏ ଭଳି ପଦକ୍ଷେପ ନିଆଯାଇଛି।

ଉଦାହରଣ ସ୍ୱରୂପ, ୨୦୧୬ରେ ତାମିଲନାଡୁ ୬୦୦୦ କୋଟି ଟଙ୍କା ଋଣଛାଡ଼ କରିଥିଲେ ଏବଂ ୫ ବର୍ଷ ମଧ୍ୟରେ ସମବାୟ ସଂସ୍ଥାଗୁଡ଼ିକର ୩, ୨୦୦ କୋଟି ବକେୟାର ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଉତ୍ତର ପ୍ରଦେଶ ମଧ୍ୟ ତା’ର ବଜେୟା ଦେୟ ପଇଠ କରିଛି।

ଅଧିକାଂଶ ରାଜ୍ୟ ନିଜର ଆର୍ଥିକ ସ୍ଥିତିକୁ ଅବଜ୍ଞା କରି ଋଣଛାଡ଼ ଘୋଷଣା କରୁଥିବାରୁ ନାବାର୍ଡର ଏହି ଉପଦେଶନାମା ରାଜ୍ୟଗୁଡ଼ିକ ଉପରେ ଚାପ ପକାଇବ।ଜଣେ ବ୍ୟାଙ୍କର୍‌ କହନ୍ତି: ରାଜ୍ୟଗୁଡ଼ିକ ଆମ ବକେୟା ପୈଠ ନ କଲେ କ୍ରେଡିଟ୍‌ ସାଇକ୍ଲ୍‌ ବାଧା ପାଇବ। ବ୍ୟାଙ୍କ୍‌ଗୁଡ଼ିକର ବହୁ ପରିମାଣର ପ୍ରାପ୍ୟ ପଡ଼ିରହିଥିବାରୁ ସେମାନଙ୍କର ନନ୍‌-ପର୍ଫମିଙ୍ଗ୍‌ ଆସେଟ୍‌ ବଢ଼ିଚାଲିଛି।

By amfnews

Related Post