Mon. Nov 25th, 2024

ଉଲ୍ଫା ଉଗ୍ରବାଦୀଙ୍କ ଦ୍ୱାରା ୫ ଜଣଙ୍କ ମୃତ୍ୟୁ ବିରୋଧରେ ବେଙ୍ଗଳି ସଂଗଠନ ପକ୍ଷରୁ ବନ୍ଦ ଡାକରା

By amfnews Nov 3, 2018 #Featured
162 Views

ଗୌହାଟୀ, ନଭେମ୍ବର ୦୩ : ଦେଶର ପୂର୍ବାଞ୍ଚଳ ରାଜ୍ୟ ଆସାମରେ ଗୁରୁବାର ରାତି ଉଲ୍ଫା ଉଗ୍ରବାଦୀଙ୍କ ଆକ୍ରମଣରେ ୫ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ବିରୋଧରେ ଆସାମରେ ଶନିବାର ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଉଲ୍ଫା ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ବିରୋଧରେ ବିଭିନ୍ନ ବେଙ୍ଗଲି ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନାଯୋଗ୍ୟ ସଦିଗ୍ଧ ଉଲ୍ଫା ଉଗ୍ରବାଦୀମାନେ ତିନିସୁକିଆ ଅଞ୍ଚଳରେ ୬ ଜଣ ଲୋକଙ୍କୁ ଅପହରଣ ପରେ ଗୁଳି କରିଥିଲେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ଗୁରୁବାର ରାତି ୮ଟା ୩୦ରେ ଉଗ୍ରବାଦୀମାନେ ୬ ଜଣ ଲୋକଙ୍କୁ ଅପହରଣ କରିଥିଲେ । ଏହା ପରେ ସେମାନେ ଅତି ବର୍ବରତାର ସହିତ ଅପହରଣ କରିଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଗ୍ରବାଦୀମାନେ ଲୋକମାନଙ୍କୁ ଅପହରଣ କରିବା ପରେ ବ୍ରହ୍ମପୁତ୍ର ନଦୀ ଆଡକୁ ନେଇ ଯାଇଥିଲେ ।

ଆସାମ ପୋଲିସ ମହାନିର୍ଦ୍ଦେଶକ ମୁକେଶ ଅଗ୍ରୱାଲ କହିଛନ୍ତି, ଆକ୍ରମଣ ପଛରେ ଉଲ୍ଫା ଉଗ୍ରବାଦୀଙ୍କ ହାତ ଅଛି । ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ସେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବୋଧ ଦାସଙ୍କ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ।

By amfnews

Related Post