Sat. Mar 7th, 2026

ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ; ହୋଇପାରିଲାନି ‘ହାଣ୍ଡିଭଙ୍ଗା’ ଯାତ୍ରା

174 Views

ଭୁବନେଶ୍ୱର : ଏ ବର୍ଷ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିଲା ନାହିଁ। ଆଉ ଗତକାଲି ଲିଙ୍ଗରାଜ ମହାପ୍ରଭୁ ଉପାସରେ ରହିଲେ। କପିଳନାଥ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଏପରି ଅଭାବନୀୟ ଘଟଣା ସୃଷ୍ଟି ହୋଇଛି। ପ୍ରଶାସନର ଘନ ଘନ ବୈଠକ ଓ ଆଲୋଚନା ସତ୍ତ୍ୱେ କପିଳେଶ୍ୱର ମନ୍ଦିରର ଦୁଇ ସେବାୟତମଙ୍କ ମଧ୍ୟରେ ବିବାଦର ସମାଧାନ ହୋଇପାରିନାହିଁ।  ତେଣୁ ସାହାଣ ମେଲା ପରଠାରୁ ପ୍ରଭୁଙ୍କ ସବୁ ନୀତି ବନ୍ଦ ରହିଥିଲା। ଏହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

କପିଳେଶ୍ୱର ମନ୍ଦିର ନୀତି ସହିତ ଜଡ଼ିତ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଡାକି ଆଲୋଚନା କରାଯାଇଥିଲା। ହେଲେ ମଲିଆ ସେବାୟତ ୫ ବର୍ଷ ତଳର ପରମ୍ପରା ମୁତାବକ ନୀତି କରିବାକୁ ରାଜି ହୋଇ ନଥିଲେ। ଏପରିକି ସେମାନେ ବୈଠକରୁ ଉଠି ଚାଲି ଯାଇଥିଲେ। ହାଣ୍ଡିଭଙ୍ଗା ଯାତ ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ କପିଳନାଥ ମନ୍ଦିରକୁ ଯିବାର ଯେଉଁ ନୀତି ଅଛି, ତାହା ହୋଇପାରିବନି ବୋଲି ଆଶଙ୍କା ପ୍ରକାଶ ପରେ ଆଉ କୌଣସି ନୀତି ହେଲା ନାହିଁ। ଫଳରେ ଲଗାତାର ଷଷ୍ଠ ବର୍ଷ ପାଇଁ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିଲାନାହିଁ।

By amfnews

Related Post