Tue. Mar 10th, 2026

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

223 Views

ଭୁବନେଶ୍ୱର : ବିଜ୍ଞାପନ ଜରିଆରେ ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନ କରୁଥିବା ମଡେଲ୍‌। ୨୦୧୯ରେ ଆସିଥିବା ଉପଭୋକ୍ତା ସୁରକ୍ଷା ଆଇନରେ ଏଭଳି ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ଖାଉଟି କଲ୍ୟାଣ କାଉନସିଲ ସଭାପତି ଡ. ଅନନ୍ତ ଶର୍ମା। ଆଜି ପ୍ରେସ କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଖାଉଟିଙ୍କୁ ସାମଗ୍ରୀ ବିକୁଥିବା ଅନ୍‌ଲାଇନ୍‌ରେ ଠକକୁ ଦଣ୍ଡ ଦେବା ବ୍ୟବସ୍ଥା ନଥିବା ବେଳେ ସଂଶୋଧିତ ଆଇନ ବଳରେ ଏହି ପ୍ରାବଧାନ ରଖାଯାଇଛି। କୌଣସି ମାମଲା ରୁଜୁ କରିବା ପାଇଁ ବୈଧ ରସିଦ୍‌ ଦାଖଲ କରିବା ମଧ୍ୟ ଜରୁରି ନୁହେଁ ବୋଲି କୁହାଯାଇଛି। କାଉନସିଲ୍‌ର ଲଗାତାର ସଂଗ୍ରାମ ଫଳ‌ରେ ଖାଉଟି ଏହି ସୁବିଧା ପାଇବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମହାସଚିବ ଦେବେନ୍ଦ୍ର ତିୱାରୀ, ରାଜ୍ୟ ଉପସଭାପତି ବଂଶୀଧର ଆଚାର୍ଯ୍ୟ ଓ ଷ୍ଟେଟ୍‌ ଚାପ୍ଟର ସଭାପତି ସୁନୀଲ ବେହେରା ଉପସ୍ଥିତ ଥିଲେ। ସମ୍ମିଳନୀ ପୂର୍ବରୁ ଏଠାରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉପଭୋକ୍ତାର କିଭଳି ଅଧିକାର ଅକ୍ଷୁର୍ଣ୍ଣ ରହିବ ସେ‌ ନେଇ କର୍ମୀମାନେ କାମ କରିବାକୁ ପରାମର୍ଶ ଦିଆ ଯାଇଥିଲା। ଦେଶର ବିଭିନ୍ନ ୪୫ ଲକ୍ଷ ମାମଲା ପଡ଼ି ରହିଥିବା ବେଳେ ଓଡ଼ିଶ‌ାରେ ସ୍ଥିତି ମଧ୍ୟ ନୈରାଶ୍ୟ ଜନକ ରହିଛି।

By amfnews

Related Post