Mon. Dec 23rd, 2024

ଉପନିର୍ବାଚନ ପୂର୍ବରୁ ସିନ୍ଧିଆ ଓ ପାଇଲଟଙ୍କ ମଧ୍ୟରେ ବୈଠକ, ମଧ୍ୟପ୍ରଦେଶରେ ଜୋର ଧରିଲା ରାଜନୀତି

By amfnews Oct 28, 2020 #Featured
168 Views

ଭୋପାଳ, ଅକ୍ଟୋବର ୨୮ : ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି । ତେବେ ପାଇଲଟ ମଧ୍ୟପ୍ରଦେଶରେ ପହଁଞ୍ଚିବାପରେ ଗ୍ୱାଲିଅରରେ ତାଙ୍କର ପୂର୍ବତନ ସହକର୍ମୀ ତଥା ବର୍ତ୍ତମାନ ବିଜେପିର ସାଂସଦ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ । ଏହି ଦୁଇ ହେଭିୱେଟ୍ ନେତାଙ୍କ ଭେଟକୁ ନେଇ ବର୍ତ୍ତମାନ ପୁଣି ଥରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇପଡିଛି ।

ସୂତ୍ରରୁ ପ୍ରକାଶ ଯେ ସିନ୍ଧିଆ ଗ୍ୱାଲିଅରରେ ପାଇଲଟଙ୍କୁ ଭେଟିଛନ୍ତି । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ପ୍ରକାଶ ପାଇନାହିଁ ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚ ମାସରେ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହା ସହ 22 କଂଗ୍ରେସ ବିଧାୟକ ମଧ୍ୟ ସିନ୍ଧିଆଙ୍କ ସହ କଂଗ୍ରେସ ଛାଡିଥିଲେ । ଏହା ପରେ ହିଁ କଂଗ୍ରେସର କମଲ ନାଥ ସରକାର ପତନ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ 28 ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ପାଇଲଟ ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଏଠାରେ ପ୍ରଚାର କରିବା ପାଇଁ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି |

By amfnews

Related Post